ଜଣେ ହଷ୍ଟେଲ ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରାଇ ରାସ୍ତାରେ ବୁଲାଇଲେ ଅନ୍ୟ ଅନ୍ତେବାସୀ। ଛାତ୍ର ଜଣକ ମୁଣ୍ଡରେ ବିଆର ଆମ୍ବେଦକରଙ୍କ ଫଟୋ ଥୋଇ ରାସ୍ତାରେ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।ଆମ୍ବେଦକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ର ଜଣକ ଯୋଗଦେବାକୁ ମନା କରିଥିବାରୁ ତାଙ୍କୁ ଏପରି ଦଣ୍ଡ ଦିଆଯାଇଥିବା କୁହାଯାଉଛି। କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାର ଏକ ହଷ୍ଟେଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ପ୍ରାୟ 15-20 ଜଣ ଛାତ୍ରଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ପୁଲିସ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ