ଖଣ୍ଡାଧାର କୁର୍ମିତର ଲୌହ ଖଣିରୁ ସରଳ ପରିବହନ କାର୍ଯ୍ୟ କୁ ସମସ୍ତ ଟିପର ସଂଘର ସହମତି
ସାଧାରଣ ଲୋକଙ୍କ ଯାତାୟାତ କୁ ପ୍ରାଧାନ୍ୟ
ଜାମ ରୁ ମୁକ୍ତି ଏବଂ ସ୍ଥାନୀୟ ଗାଡ଼ିକ ମାଲିକଙ୍କୁ ପ୍ରଥମ ପ୍ରଧାନ୍ୟ ନିମନ୍ତେ ବରସୁଆଁ ଟିପର ସଂଘ ଏବଂ ଉତ୍ତର ଓଡ଼ିଶା ଶ୍ରମିକ ସଂଘ ର ଜାରି ରହିଥିଲା ସଂଘର୍ଷ |
ଆଜି ତା ୨୦.୦୭.୨୦୨୪ ରିଖ ରେ ବାରସୁଆଁ ଟିପର୍ ମାଲିକ ସଂଘର କାର୍ଯ୍ୟାଳୟରେ ଉତ୍ତର ଓଡ଼ିଶା ୱର୍କର୍ସ ଉନୀୟନ୍ ର ସମ୍ପାଦକ ପ୍ରସନ୍ନ କୁମାର ନାୟକ ଙ୍କ ଅଧ୍ୟକ୍ଷତା ଏବଂ ସ୍ଥାନୀୟ ପରିବହନ ସଂସ୍ଥା ମାଲିକଙ୍କ ଉପସ୍ଥିତି ରେ ଏକ ବୈଠକ ଡକାଯାଇଥିଲା ଦୀର୍ଘ ଏଗାର ମାସର ଝଡ ଝଞ୍ଜା ଅନେକ ଘାତ ପ୍ରତିଘାତ କୁ ଏଡାଇ ପରେ ସମସ୍ତ ଟିପର ସଂଘ ଏକାଠି | ଯେଉଁଥିରେ ଖଣ୍ଡାଧାର କୁର୍ମିତର୍ ଲୁହାପଥର ଖଣି ରୁ ଶାନ୍ତିପୂର୍ଣ୍ଣ ପରିବହନ, ଟ୍ରାଫିକ୍ ଜାମ୍ ଇତ୍ୟାଦିକୁ ଏଡ଼ାଇବା ସହିତ ସାଧାରଣ ଲୋକଙ୍କ ସମେତ ଆମ୍ବୁଲାନ୍ସ, ଏବଂ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ସଠିକ୍ ଆସିବା ଯିବା ବ୍ୟବସ୍ଥା ନିମନ୍ତେ ଆଲୋଚନା କରଯାଇଥିଲା | ବରସୁଆଁ ଟିପ୍ପର ମାଲିକ ସଂଘ ସମେତ ଲାହୁଣିପଡ଼ା , ବଣାଇ, ରାଜାମୁଣ୍ଡା, କଲେଇପୋଷ , ଏବଂ ରାଉରକେଲା ର ଦୁଇଟି ଟିପର ସଂଘ ର କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ହୋଇଥିଲେ | ତେବେ କୁର୍ମିତର ଲୌହଖଣି ରୁ ପରିବହନ ବାବଦ କାର୍ଯ୍ୟରୁ 70% ବରସୁଆଁ ମାଲିକ ସଂଘ, ଲାହୁଣିପଡା ଟିପର୍ ମାଲିକ ସଂଘ, ବଣାଇ ଟିପର୍ ମାଲିକ ସଂଘ, କଲେଇପୋଷ ଟିପର୍ ମାଲିକ ସଂଘ, ରାଜାମୁଣ୍ଡା ଟିପର୍ ସଂଘ ଦ୍ୱାରା ପରିବହନ ହେବ | ପରିବହନର ବାକି 30% ରାଉରକେଲା ଟିପର୍ ମାଲିକଙ୍କୁ ପ୍ରଦାନ କରାଯିବ | ଏତଦ୍ ବ୍ୟତୀତ ଏହା ମଧ୍ୟ ସମାଧାନ ହୋଇଛି ଯେ ସମସ୍ତ ଟିପର୍ ମାଲିକ ସଂଘ ଗୁଡିକ ପରିବହନ ବ୍ୟବସ୍ଥା ସୁରୁଖୁରୁ ରେ ଚାଲିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ଏବଂ କୁର୍ମିତର ଖଣ୍ଡାଧାର ଖଣିରୁ ଲୁହାପଥର ପରିବହନ ପାଇଁ ସେମାନଙ୍କ ମାଧ୍ୟମରେ ନିୟୋଜିତ ଗାଡିର ମାଲିକ ଏବଂ ଡ୍ରାଇଭରମାନଙ୍କୁ ସେମାନଙ୍କ ଯାନକୁ ସଠିକ୍ ଭାବରେ ଚଳାଇବା ଏବଂ ଟ୍ରାଫିକ୍ ଜାମ୍ ରୋକିବା ପାଇଁ ଓଭରଟେକ୍ ନକରିବାକୁ ନିର୍ଦ୍ଦେଶ ଦେବେ | ଏବଂ ଆହୁରି ମଧ୍ୟ ପଦକ୍ଷେପ ନେବେ ସାଧାରଣ ଜନତା ଟ୍ରାଫିକ୍ ଜାମ୍ ପାଇଁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ସେହିଭଳି ସର୍ବସାଧାରଣ ବସ୍ ଏବଂ ଶବ ବାହକ, ଆମ୍ବୁଲାନ୍ସ, ସ୍କୁଲ ଯାଉଥିବା ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀ ଯେପରି ଖଣିଜ ପରିବହନ ଡ୍ରାଇଭରଙ୍କ ଅବହେଳା କାରଣରୁ ସମସ୍ୟାର ସମ୍ମୁଖୀନ ହେବେ ନାହିଁ | ଟିପର୍, ହାଇୱା କିମ୍ବା ଅନ୍ୟ କୌଣସି ଭାରିଯାନ ଲୁହାପଥର ପରିବହନ କିମ୍ବା ଟ୍ରାଫିକ୍ ଜାମ୍ ପାଇଁ ନିୟୋଜିତ ପୁଲିସ୍ ଏବଂ ସିକ୍ୟୁରିଟି ବା ଗାଡ଼ି ମାଲିକଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏ ଅଞ୍ଚଳର ଏକ ପ୍ରମୁଖ ବିଷୟ ଯାହାକି ସମସ୍ତ ଗାଡ଼ି ନିମନ୍ତେ ଦୁଇ ଗୋଟି ପାର୍କିଂ ପାଇଁ ମଧ୍ୟ୍ୟ ସମସ୍ତ ଆସୋସିଏସନର କର୍ମକର୍ତ୍ତା ଓ.ଏମ.ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ | ଗତ ପନ୍ଦର ଦିନରୁ ଟିପର୍ ମାଲିକ ସଂଘଗୁଡିକ ଶାନ୍ତିପୂର୍ଣ୍ଣ ପରିବହନ ପାଇଁ ପଦ୍ଧତି ଅବଲମ୍ବନ କରୁଛନ୍ତି ଏବଂ ସର୍ତ୍ତ ପୂରଣ କରିବା ପରେ ସମସ୍ତ ଟିପର୍ ମାଲିକ ସଂଘଗୁଡିକ ବର୍ତ୍ତମାନର ରିଜୋଲ୍ୟୁସନ୍ ଅନୁଯାୟୀ ସେମାନଙ୍କ ଗାଡି ଚଲାଇବାକୁ ରାଜି ହୋଇଛନ୍ତି | ଏହି ସଭାରେ ବିଭିନ୍ନ ସଂଘ ପକ୍ଷରୁ ରମେଶ ଚନ୍ଦ୍ର ନାୟକ, ବିଶ୍ବରଂଜନ ବେହୁରା , ଦିଲୀପ ମାହାନ୍ତି , ପୂର୍ଣ୍ଣ ଚନ୍ଦ୍ର ଓରାମ, ସଞ୍ଜୟ କୁ ଦାସ୍, ବିରାଜ ମୋହନ ବିଶ୍ଵାଳ, ରଞ୍ଜିତ ସାହୁ, ବିଜୟ ଠାକୁର , ସଞ୍ଜୀବ ଦାସ୍, ବାପି ଖଟୁଆ , ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜ ମତାମତ ରଖିଥିଲେ | ଏହି ଭଳି ମିଳିତ ପରିବହନ ଶୁପରିଚାଳନା ନିମନ୍ତେ ସ୍ଥାନୀୟ ବାସିନ୍ଦା ମଧ୍ୟ୍ୟ ଖୁସି ପ୍ରକାଶ କରିଥିଲେ |