Search
Close this search box.

ବିଲ ମଝିରୁ ମୃତ ଦେହ ଉଦ୍ଧାର

0
SHARES
4
VIEWS

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି  ଥାନା ଅନ୍ତର୍ଗତ ଡୁଡୁକାବାହାଲ ଗ୍ରାମର ନାଳ ନିକଟରେ ଏକ ଧାନ ବିଲ ମଝିରୁ ଏକ ମୃତଦେହ ଦେଖି ଗ୍ରାମବାସୀ ଟିକିରି ପୋଲିସ୍ କୁ ଖବର ଜଣାଇଥିଲେ । ଖବର ପାଇ ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗ ଓ ଏସ,ଆଇ,ମୋନଜ ଜେନା,ଏସ ଆଇ ମହେଶ୍ଵର ପାଇକ ଘଟଣା ସ୍ଥଳରେ ପହଞ୍ଚି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲେ। ଖବର ପାଇ ତାଙ୍କ ପରିବାର ଲୋକେ ଶବଟିକୁ ଚିହ୍ନଟ କଲାପରେ ଜାଣିବାକୁ ପାଇଲେ କାଶିପୁର ବ୍ଲକ ବନ୍ଧ ସାହିର ଡମ୍ବୁ ମାଝୀ। ଟିକିରି ଥାନାରେ ଏତଲା ଦେଇଥିଲେ । ଟିକିରି ଥାନାରେ ଏକ ଅପମୃତ୍ୟୁ ମାମଲା ୭/୨୩ ରୁଜୁକରି କେଶ ଦାୟିତ୍ବ ନେଇ ଟିକିରି ଥାନା ଏସ ଆଇ ମହେଶ୍ଵର ପାଇକ ଶବଟିକୁ ଜବତ କରି ବ୍ୟବଛେଦ ପାଇଁ କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇ ବ୍ୟବଛେଦ ପରେ ପୋରିବାରୁ ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ୍ଯୁ ବ୍ୟକ୍ତି କାଶିପୁର ବନ୍ଧସାହି ର ଡମ୍ବୁ ମାଝୀ ଏବଂ ସେ ଦୁଇଦିନ ହେଲା ନିଖୋଜ ଥିଲେ । ମୃତ ବ୍ୟକ୍ତି ଡମ୍ବୁ ମାଝୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ପୋଲିସ ତଦନ୍ତ ଜାରି ରଖିଛନ୍ତି। ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ

    Related News

    Follow Us