Search
Close this search box.

କୃଷ୍ଣସାର ମୃଗ ଗଳିତ ମୃତ ଦେହ ଠାବ :-କାରଣ ଅସ୍ପଷ୍ଟ 

0
SHARES
38
VIEWS

ଆସିକା ୩୦/୦୫- ଆସିକା ବନାଞ୍ଚଳ ପାଣ୍ଡିଆପଥର ପଞ୍ଚାୟତ ଅଧୀନ ନାରାୟଣପୁର ନିକଟ ଏକ ମନ୍ଦିର ପୋଖରୀ ନିକଟରେ ୧୦ ବର୍ଷ ର ଏକ ପୁରୁଷ କୃଷ୍ଣସାର ମୃଗ ର ମୃତ ଦେହ ଗ୍ରାମବାସୀ ଠାବ କରି ବନ ବିଭାଗ କୁ ଖବର ଦେଇଥିଲେ l ବନବିଭାଗକୁ କୃଷ୍ଣ ସାର ମୃଗ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସୀମା କାହାର ତର୍ଜମା l ବୁଗୁଡ଼ା ବନ କର୍ମଚାରୀ ଏବଂ ଆସ୍କା ବନ କର୍ମଚାରୀ ମଧ୍ୟରୁ ସ୍ଥିର ହେଲା ଆସିକା ବନାଅଞ୍ଚଳ ଅଧୀନରେ କୃଷ୍ଣ ସାର ମୃଗ ମରିପଡିଛି l ଗତ ଦୁଇ ତିନି ଦିନ ପରେ ଆସିକା ବନାଞ୍ଚଳ ଅଧିକାରୀ ରାଜି ହୋଇ ଘଟଣାସ୍ଥଳରୁ ମୃତ କୃଷ୍ଣସାର ମୃଗ କୁ ଜବତ କରି ଆସିକା ପଶୁ ଚିକିତ୍ସାଳୟ ରେ ବ୍ୟବଛେଦ କରିଛନ୍ତି l ବନବିଭାଗ ର ଦାୟିତ୍ୱ ରେ ଥୁବା ଅଧିକାରୀ ମାନଙ୍କ ଚରମ ଅବହେଳା ଯୋଗୁଁ ନିରୀହ କୃଷ୍ଣ ସାର ମୃଗ ମୃତ୍ୟୁ ପରେ ମଧ୍ୟ ତିନିଦିନ ହେଲା ପୋଖରୀ କୂଳରେ ପଡି ରହିଥିଲା l ଏହିଭଳି ଅନେକ କୃଷ୍ଣସାର ମୃଗ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଡହଳ ବିକଳ ରେ ଆଉଟୁପାଉଟୁ ହୋଇ ମୃତ୍ୟୁ ବରଣ କରୁଥିବେ l ଲୋକ ମାନଙ୍କ ନଜର ଆସିଲା ବୋଲି ଏହି ଘଟଣା କୁ ଗୁରୁତ୍ୱ ଦିଆଯାଇଛି l ବିରଳ କୃଷ୍ଣସାର ମୃଗ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରିବେଶ ବିତ ମାନେ ଦାବୀ କରିଛନ୍ତି l ପ୍ରକାଶ ଥାଉକି ରାଜ୍ୟ ସରକାର କୃଷ୍ଣସାର ମୃଗ ଙ୍କ ରକ୍ଷଣା ବେକ୍ଷଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆସିକା ବନବିଭାଗ ର ଅପାରଗତା ଓ ଦାୟିତ୍ୱ ହୀନତା ପଦାରେ ପଡିଛି l

    Related News

    Follow Us