Search
Close this search box.

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ସାପ୍ତାହ ପାଳନ।

0
SHARES
0
VIEWS

(ମାଆ ପାଇଁ ଗଛ ଟିଏ – ଅଧ୍ୟକ୍ଷ)

ଆସିକା ତା ୧/୭ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ୟୁଥ୍ ରେଡକ୍ରସ, ଜାତୀୟ ସେବା ଯୋଜନା ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନିର ମିଳିତ ତତ୍ତ୍ବାବଧାନରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ ସହ ଏକ ସଂକ୍ଷିପ୍ତ ପାଠଚକ୍ର ସେମିନାର ହଲ୍ ଠାରେ ଆୟୋଜିତ ହୋଇଥିଲା। ଦକ୍ଷିଣ ବନଖଣ୍ଡ, ଘୁମୁସର, ଭଂଜନଗରର ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥ୍ ରୂପେ ଯୋଗ ଦେଇଥିବା ବେଳେ ଆସିକା ବନାଞ୍ଚଳର ବନ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ଡ. ଅଜିତ୍ କୁମାର ମୁନୀ ଅତିଥିଙ୍କୁ ମଞ୍ଚାସୀନ କରିଥିଲେ। ପାଠଚକ୍ରରେ ଡେମୋଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର ବେଦ ପାଠ ପରିବେଷଣ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ସ୍ବାଗତ ଭାଷଣରେ ୧୯୫୦ ମସିହାରେ ଭୂତପୂର୍ବ କେନ୍ଦ୍ର କୃଷି ମନ୍ତ୍ରୀ ଡ. କେ.ଏମ୍ ମୁନ୍ସୀଙ୍କ ବନମହୋତ୍ସବର ଅୟମାରମ୍ଭ, ଅତୁଳନୀୟ ଅବଦାନ ତଥା ପ୍ରାଥମିକ ପରିକଳ୍ପନାକୁୁ ସମସ୍ତଙ୍କୁ ସୂଚାୟୀ ଥିଲେ। ଭାରତର ଯସଶ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ବନମହୋତ୍ସବର ନାରା ‘ମାଁ ପାଇଁ ବୃକ୍ଷ ଟିଏ’ ବୃକ୍ଷରୋପଣ ଦ୍ବାରା ଚରିତାର୍ଥ କରିବା ପାଇଁ ଏବଂ ଆଜିର ବୃକ୍ଷ ରୋପଣ ଭବିଷ୍ୟତର ଜୀବନ ବୋଲି ସମସ୍ତଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମାନ୍ ଆଚାର୍ଯ୍ୟ ନିଜର ସଂକ୍ଷିପ୍ତ ବ୍ୟକ୍ତବ୍ୟରେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଉପଯୁକ୍ତ ଯତ୍ନ ନେବା ପାଇଁ ନିଜ ଉଦବୋଧନରେ କହିଥିଲେ। ସମ୍ମାନିତ ଅତିଥି ଶ୍ରୀମାନ୍ ପଣ୍ଡା ସୂର୍ଯ୍ୟଙ୍କ ଉତ୍ତତ୍ପ ଦାଉରୁ ବର୍ତ୍ତିବା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ପଦକ୍ଷେପ ବୋଲି କହିଥିଲେ। ମଣିଷ ନିଜର ସୁବିଧା ସୁଲଭ କରିବା ପାଇଁ ବୃକ୍ଷଗୁଡିକୁ ଆଜି ନିଶ୍ଚିହ୍ନ କରିବା ପାଇଁ ବସିଛି। ବିଶ୍ବ ଭୌଗଳିକ ତଥା ଜଳବାୟୁ ପରିବର୍ତ୍ତନରେ ଏବଂ ଓଜନ ସ୍ତରକୁ ନିୟନ୍ତ୍ରଣ କରିବାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ ରୋପଣ ବୋଲି ସମସ୍ତଙ୍କୁ ସୂଚାୟୀ ଥିଲେ। ମହାବିଦ୍ୟାଳୟର ସମସ୍ତ ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ପ୍ରାୟ ୧୫୦ ଗୋଟି ବୃକ୍ଷ ଚାରାକୁ କଲେଜ ପରିସର, କ୍ରୀଡାଙ୍ଗନା ତଥା ଛାତ୍ରବାସରେ ରୋପଣ କରିଥିଲେ। ଆସିକା ବନାଞ୍ଚଳର କର୍ମଚାରୀ, ମହାବିଦ୍ୟାଳୟର ସ୍କାଉଟ୍ ରୋଭର୍ସ ଅଧିକାରୀ ସରୋଜ କୁମାର ପଣ୍ଡା, ରେଡକ୍ରସ ଉପଦେଷ୍ଟା ରାଜେଶ୍ କୁମାର ସାହୁ, ଜାତୀୟ ସେବା ଯୋଜନାର ଯୋଜନା ଅଧିକାରୀ ପବିତ୍ର ଧଙ୍ଗଡାମାଝୀ, ରେଶମା ପାତ୍ର ପ୍ରାୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା ପରିଶେଷରେ ଡ. ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

    Related News

    Follow Us