ବ୍ରହ୍ମପୁର ହିଲ୍ ପାଟଣା ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ଗୋଷ୍ଠୀ ଗୃହରେ ରାଜ୍ୟ oseb ବିଜୁଳି କର୍ମଚାରୀ ସଂଘର 50 ତମ ରାଜ୍ୟ ସ୍ତରୀୟ ସ୍ଵର୍ଣ୍ଣ ଜୟନ୍ତୀ ସମ୍ମିଳନୀ ପାଳନ କରାଯାଇଥିଲା।ସମ୍ମିଳନୀରେ ଫେଡେରେସନର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବାଦୀ ବାଘ ସମ୍ମିଳନୀ ର ପତାକା ଉତ୍ତୋଳନ କରିଥିଲେ।ସଭାପତି ସାଥୀ ଆକୁଳି ଚନ୍ଦ୍ର ନାଥ ଉକ୍ତ ସଭାରେ ସଭାପତିତ୍ବ କରିଥିଲେ।oseb ଏମ୍ପ୍ଲୋଇଜ୍ ଫେଡେରେସନ ସାଥୀ ରାମ କୃଷ୍ଣ ପଣ୍ଡା ଚେୟାରମେନ୍ ଦ୍ଵୀପ ପ୍ରଜ୍ବଳନ କରି ସମ୍ମିଳନୀ ର ଶୁଭାରମ୍ଭ କରିଥିଲେ।ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ଟାଟା ପାୱାର ଦକ୍ଷିଣାଞ୍ଚଳ ବିଦ୍ୟୁତ ପରିବଣ୍ଟନ ଉଦ୍ୟେଗ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସଂଜୀବ କୌସିକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଇଂ ଲେଙ୍କା ପ୍ରସାଦ tpsodl ର ଜେନେରାଲ ମ୍ୟାନେଜର,ସୁନିଲ କୁମାର ସାଧାରଣ ସମ୍ପାଦକ ,ସୁରେଶ ଚନ୍ଦ୍ର ମହାରଣା କାର୍ଯ୍ୟକାରୀ ସଭାପତି,ଟି ବିଜୟ ପାତ୍ର,କ୍ଷୀରୋଦ କୁମାର ସେଠୀ ସାଧାରଣ ସମ୍ପାଦକ, ନିମାଇଁ ଚରଣ ରାଉତ ବାଲେଶ୍ଵର ଆଞ୍ଚଳିକ ସମ୍ପାଦକ, ନୃସିଂହ ଚରଣ ପଣ୍ଡା ସଭାପତି ବାରିପଦା,ରମେଶ ଚନ୍ଦ୍ର ମିଶ୍ର ଆଞ୍ଚଳିକ ସମ୍ପାଦକ,ବସନ୍ତ କୁମାର ପ୍ରତାପ ,କୃପାସିନ୍ଧୁ ମୁଦୁଲି,ଓ ଜୟ ଦେବ ମଣ୍ଡଳ ପ୍ରଭୃତି ପଦାଧିକାରୀ ବୃନ୍ଦ ମଞ୍ଚାଷିନ ଥିଲେ।ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକ ଦାବି ରଖାଯାଇଥିଲେ ମଧ୍ୟ ଗ୍ରିଡକୋର୍ ଉଚ୍ଚ କତୃପକ୍ଷ ଧ୍ୟାନ ଦେଉନାହାନ୍ତି।1.4.2020 ମସିହାର ନୂତନ ମଜୁରୀ ନିର୍ଦ୍ଧାରଣ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ବୈଷୟିକ କ୍ଷେତ୍ର କର୍ମଚାରୀ ମାନଙ୍କ ଦରମାରେ ଥିବା ତାରତମ୍ୟ ବିଷୟରେ ବାରମ୍ବାର ଉଚ୍ଚ କତୃପକ୍ଷ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଗ୍ରିଡକୋ ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛନ୍ତି।ଯାହା ଫଳରେ ଶ୍ରମିକ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି।ସମ୍ମିଳନୀରେ ଆମ୍ଭେମାନେ ପ୍ରସ୍ତାବ ଗ୍ରହଣ କଲୁକି ଉପରୋକ୍ତ ସମସ୍ୟା ଆସନ୍ତା ଏକ ମାସ ମଧ୍ୟରେ ସମାଧାନ ନକଲେ ସଂଗଠନ ଅତ୍ୟାବଶ୍ୟକ ସଂସ୍ଥାରେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ। ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ସଂଘର୍ଷ ଟିଭି