ନିମଖଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର 30ତମ ବାର୍ଷିକ ଉତ୍ସବ ପାଳିତ।
ବ୍ରହ୍ମପୁର,ନିମଖଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 30 ତମ ବାର୍ଷିକ ମହା ଆଡମ୍ବର ସହ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟ ଭାରତ ନର୍ସରୀ ଶିକ୍ଷକ ଭୁବନେଶ୍ୱର ଶ୍ରୀ ଡ ଲକ୍ଷ୍ମଣ ପଣ୍ଡା ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବର ବିଦ୍ୟାଳୟର ସାମଗ୍ରିକ ସୈଖିକ ପ୍ରତିଫଳନ ବୋଲି ବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ସଂସ୍କୃତି ଗବେଷକ ବ୍ରହ୍ମପୁର ଶ୍ରୀ ଡ ବାୟା ମନୁ ଚର୍ଚୀ ଯୋଗ ଦେଇ ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରର ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମ୍ପାଦକ ଡ ବିପିନ ବିହାରୀ ସାହୁ ,ଯୁଗ୍ମ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ,ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ।ଡ ବିପିନ ବିହାରୀ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସ୍ଥାନୀୟ ଗ୍ରାମବାସୀ,ଅଭିଭାବକ,ଅଭିଭାବିକା ମାନେ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଉତ୍ସବର ପ୍ରମୁଖ ଆଚାର୍ଯ୍ୟ ଆର ବିଜୟ କୁମାର ପୁରସ୍କାର ଉଦ୍ଘୋଷଣା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରିଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ କୃତଜ୍ଞତା ଅର୍ପଣ କରିଥିଲେ।ଆଚାର୍ଯ୍ୟ, ଆଚାର୍ଯ୍ୟା,ସେବକ,ସେବିକା ମାନେ ସହଯୋଗ କରିଥିଲେ।ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ୍ ।