Search
Close this search box.

ମା ତାରିଣୀ ମନ୍ଦିର ର ୨୫ତମ ବାର୍ଷିକ ଉତ୍ସବ

0
SHARES
25
VIEWS

ଯୋଡା,୯/୦୪(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜରିବ।ହ।ଲ ବିଆଇ ଏଲ ସ୍ଥିତ ମା ତାରିଣୀ ମନ୍ଦିର ର ୨୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମା ତାରିଣୀ ଲୋଡିଙ୍ଗ କନ୍ଟ୍ରାକ୍ଟର ସଂସ୍ଥା ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବ ସୋମ ବାର ଠାରୁ ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୁତି ହେବ ।ଯାଜପୁର ଜିଲ୍ଲା ନୂଆ ପଦା ଅଞ୍ଚଳରୁ ବିଶିଷ୍ଟ ପଣ୍ଡିତ ନିରଞ୍ଜନ ପଣ୍ଡା,ମନ୍ଦିର ର ମୁଖ୍ୟ ପୂଜକ ନୀଳମାଧବ ପଣ୍ଡା ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରୁ ଅଛନ୍ତି ।ସୋମବାର ସକାଳ ୮ଘଟିକ।ରେ କଳସ ଯାତ୍ରା,କୁଣ୍ଡ ସଂସ୍କାର ,ସୂର୍ଯ୍ୟ ପୂଜା,ଅଗ୍ନି ସ୍ଥାପନ,ଷୋଡଶ ଉପଚାର ପୂଜା,ଅପରାହ୍ନରେ ମୂଳମନ୍ତ୍ର ରେ ହୋମ ଆରମ୍ଭ,ସନ୍ଧ୍ୟା ରେ ଆଳତି , ନାମ ସଙ୍କୀର୍ତ୍ତନ ,ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସେହିପରି ମଙ୍ଗଳ ବାର ଉକ୍ତ ସମସ୍ତ ପୂଜା ବିଧି ସହିତ ଚଣ୍ଡୀ ପାଠ କରାଯାଇଥିଲା ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।ବୁଧବାର ସକାଳ ସମୟରେ ସୂର୍ଯ୍ୟ ପୂଜ। ସହିତ ସ।ଲା ପ୍ରବେଶ ,ଯଜ୍ଞ ଆରମ୍ଭ ଓ ପୂର୍ବାହ୍ନ ୧୧.୪୫ମିନିଟ୍ ସମୟରେ ପୂର୍ଣ୍ଣାହୁତି ଆରମ୍ଭ ହୋଇ ପୂର୍ଣ୍ଣାହୁତି କର୍ମ ଶେଷ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।ଏହି ବାର୍ଷିକ ଉତ୍ସବ କୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସଂସ୍ଥା ମୁଖ୍ୟ ସୁରେନ୍ଦ୍ର ନାଥ ମହାନ୍ତି ପରିଚ।ଳନ। କରିଥିବା ବେଳେ ଶିବ ନାରାୟଣ ,ପ୍ରଭୁ ରଞ୍ଜନ ଶତପଥୀ ,ସୋନୁ ଘୋଷ,ଲାଲ। ଜୟ ସ୍ୱାଲ, ପ୍ରମୁଖ ସୋହଯୋଗ କରିଥିଲେ ।

    Related News

    Follow Us