ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ ସହ ୭୦ ହଜାର ଟଙ୍କାର ଲାଗିଲା ଜରିମାନା। ପୋକ୍ସୋ ଆକ୍ଟ ଅନୁସାରେ ଏଡିଜେ କମ ସ୍ପେଶାଲ ଜଜ ଦୋଷୀକୁ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ କିଛି ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ସୂଚନା ଅନୁସାରେ ଗତ ୨୦୨୨ ଅଗଷ୍ଟ ୫ ତାରିଖରେ ଅଳକୁଣ୍ଡ ଥାନା ଅଞ୍ଚଳରେ ନଅ ବର୍ଷ ବୟସର ୪ର୍ଥ ଶ୍ରେଣୀ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ପ୍ରକାଶ ମଲ୍ଲିକ ଅପହରଣ ସହ ଦୁର୍ଷମ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା। ୨୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସ୍ଵତନ୍ତ୍ର ପୋସ୍କୋ ଆକ୍ଟ ଅନୁସାରେ ବିଚାରପରି ଅଭିଜିତ ପଲାଇ ଏହି ଦଣ୍ଡାଦେଶ ଦେଇଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ରାଜୀବ ମହାନ୍ତି ।, ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ