ମହିଳା ସବ୍ ଇନ୍ସ୍ପେକ୍ଟରଙ୍କୁ ଘେରି ଗଲେ ୨୦ ମଦ୍ୟପ, କହିଲେ…
ସବୁଠାରୁ ବଡ଼ କଥା ହେଲା ମହିଳା ସବ୍ ଇନ୍ସ୍ପେକ୍ଟରଙ୍କୁ ଆକ୍ରମଣ କରାଯାଇଥିଲେ ମଧ୍ୟ ଏହି ଘଟଣାରେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । ପୋଲିସକୁ ବି ଖାତିର କଲେନି । ମହିଳା ପୋଲିସଙ୍କୁ କମେଣ୍ଟ ମାରିବା ସହ ଅଶ୍ଲୀଳ ଇଙ୍ଗିତ କରିବାକୁ ବି ପଛାଇଲେନି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇରୁ । ୨୦ ଜଣ ମଦୁଆ ରାସ୍ତାରେ ମଦ ପିଇ ଉତ୍ପାତ କରୁଥିଲେ । ସେମାନଙ୍କୁ ରୋକିବାକୁ ଯାଇ ମହିଳା ସବ୍ ଇନ୍ସପେକ୍ଟର ଦୁର୍ବ୍ୟବହାରର ଶିକାର ହେଲେ । ଏମିତିକି ମହିଳା ପୋଲିସଙ୍କୁ ନାନା ଧମକ ଚମକ ମଧ୍ୟ ଦେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ରବିବାର ନ୍ୟୁ ୱାସରମେନ୍ପେଟ୍ରେ ଘଟିଥିଲା ।ତେବେ ସବୁଠାରୁ ବଡ଼ କଥା ହେଲା ମହିଳା ସବ୍ ଇନ୍ସ୍ପେକ୍ଟରଙ୍କୁ ଆକ୍ରମଣ କରାଯାଇଥିଲେ ମଧ୍ୟ ଏହି ଘଟଣାରେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ।