Search
Close this search box.

ବଜ୍ରପାତରେ ବଳି ପଡିଲେ ୨୦ ଟି ଚଷା ବଳଦ

0
SHARES
0
VIEWS

ରାୟଗଡା /ଗୁଡ଼ାରୀ
ତାରିଖ : ୦୨-୦୬-୨୦୨୪
କାଳ ବୈଶାଖୀ ବଜ୍ରପାତରେ ୨୦ ଚଷା ବଳଦର ମୃତ୍ୟୁ ଘଟିଛି।
ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଢ଼େପ ଗାଁରେ । ସୂଚନା ମୁତାବକ ଗାଁର ଏକ ଗଛ ମୂଳରେ ୨୦ ଗୋଟି ଚଷା ବଳଦ, ଗାଈ ବାନ୍ଧି ଥିଲେ । ଆଜି ରବିବାର ଠିକ ସାଢ଼େ ୫ ଘଣ୍ଟା ସମୟରେ ତାଣ୍ଡବ ଲୀଳା ରଚିଥିଲା କାଳ ବୈଶାଖୀ । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ୨୦ ଗୋଟି ଚଷା ବଳଦ ଓ ଗାଈର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଡ଼ାରୀ ପ୍ରଶାସନ ସମେତ ପ୍ରାଣୀ ସମ୍ପଦ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ହିତାଧିକାରୀ ନିବେଦନ କରିଛନ୍ତି ।
ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଂଘର୍ଷ ଟିଭି।

    Related News

    Follow Us