Search
Close this search box.

ଯୋଡା ବ୍ଲକ ପରିସରରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଆଲୋଚନାଚକ୍ର।

0
SHARES
105
VIEWS

ଯୋଡା,୩/୨ ଓଡ଼ିଆ ଭାଷା, ସାହିତ୍ୟକୁ ନେଇ ଯୋଡା ବ୍ଲକ ପରିସରରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ବଡବିଲ ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରାଧ୍ୟାପକ ସରୋଜ କୁମାର ଘୋଷ, ବନେଇକଳା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଓଡିଆ ବିଭାଗ ରଙ୍ଗାଧର ଜେନା,ବରିଷ୍ଠ ସାମ୍ବାଦିକ ପ୍ରକାଶ କୁମାର ମହାନ୍ତି ଓ ସାହିତ୍ୟିକ ସାରଦା ପ୍ରସାଦ ଆଚାର୍ୟ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥି ସ୍ଵାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବନେଇକଳା ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରଯାଇଥିଲା। ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହୋଇଥିବା ବିଶ୍ବ ଓଡିଆ ଭାଷା ସମ୍ମିଳନୀ କାର୍ୟ୍ୟକ୍ରମର ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଉପସ୍ଥିତ ଦର୍ଶକ ମାନେ ଏଲଇଡି ସ୍କ୍ରିନ ଜରିଆରେ ଦେଖିଥିଲେ ।
ବଡ଼ବିଲ ମହାବିଦ୍ୟାଳୟ ର ପ୍ରଧ୍ୟାପକ ଓଡ଼ିଆ ଭାଷା ର ଉତ୍ପତ୍ତି ତାର ବିକାଶ ଓ ଓଡ଼ିଆ ସାହିତ୍ୟ କ୍ରମବିକାଶ ଉପରେ ଆଲୋକପାତ କରିଥିଲେ । ସାହିତ୍ୟିକ କବି ସାରଦା ପ୍ରସାଦ ଆଚାର୍ଯ୍ୟ ଓଡ଼ିଆ ଭାଷା ର ବିକାଶ ପାଇଁ ଉପସ୍ଥିତି ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆର ଗପ, କବିତା, ଉପନ୍ୟାସ,ଏକାଙ୍କିକା ବହି ପଢିବାକୁ ପରାମର୍ଶ ଓ ପ୍ରେରଣା ଦେବା ସହିତ ମୋବାଇଲ ଫୋନରେ ଅଧିକ ସମୟ ବିନିଯୋଗ ନକରି ଓଡ଼ିଆ ଭାଷା ସାହିତ୍ୟ ର ବିକାଶ ଦିଗରେ ସକରାତ୍ମକ ମନୋନିବେଶ କରିବାକୁ ଅନୁରୋଧ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରକାଶ କୁମାର ମହାନ୍ତି ଭାଷା , ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ଏହିଭଳି ସମ୍ମିଳନୀ ର ଆବଶ୍ୟକ ରହିଛି ।ଲେଖିବା, ପଢିବା,ଓ ଆଲୋଚନା ଚକ୍ର ସାର୍ଥକତା ଆଣିଦେବ ଯେବେ ଆଗାମୀ ଭବିଷ୍ୟତ ତଥା ଉପସ୍ଥିତି ଛାତ୍ର ଛାତ୍ରୀ ଓ ଶ୍ରୋତା ମାନେ ଏକ ମନ , ଏକ ପ୍ରାଣ ହୋଇ ଆମ ଭାଷା ସାହିତ୍ୟ ଓ ସଂସ୍କୃତି ର ବିଶେଷତ୍ବ କୁ ଉପଲବ୍ଧି କରି ସେ ଦିଗରେ ଯତ୍ନବାନ ହେବେ । ଉପସ୍ଥିତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତି ଦିନ ଖବର କାଗଜ ପଢ଼ିବା ପାଇଁ ପ୍ରେରଣା ଦେଇଥିଲେ। ଶିକ୍ଷକ ରଙ୍ଗାଧର‌ ଜେନା
ଓଡ଼ିଆ ଭାଷା ଅସ୍ମିତା ପରିଚୟ ଅଟେ, ଭାଷା ହିଁ ଜୀବନ,ଭାଷା ଅତୀତର ଅସ୍ତିତ୍ବ ଓ ଭାଷା ହିଁ ଭବିଷ୍ୟତ ବୋଲି ମନ୍ତବ୍ୟ ଦେଇଥିଲେ।। ଶାସ୍ତ୍ରୀୟ ଭାଷା ଓଡିଆକୁ ଆହୁରି କିପରି ଅଧିକରୁ ଅଧିକ ଲୋକପ୍ରିୟ କରାଯିବ ସେଥି ନିମନ୍ତେ ଓଡିଆ ଭାଷାର ପ୍ରାଚିନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଉପସ୍ଥିତ ଅତିଥି ମାନେ ଆଲୋଚନା କରିଥିଲେ । ଓଡିଆ ଭାଷା ସାହିତ୍ୟ କୁଇଜ, ପ୍ରବନ୍ଧ ଲିଖନ, ଓଡିଆ ପଦ୍ୟ ଗାନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତିତ୍ୱ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ସମ୍ମାନୀତ ଅତିଥି ମାନଙ୍କୁ ଉପସ୍ଥିତି ଛାତ୍ର ଛାତ୍ରୀ ମାନଙ୍କ ହାତରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ପାଲା ଗାୟକ ନୀଳାଚଳ ଦେବେନ୍ଦ୍ର ଖୀଲାର ଓ ତାଙ୍କ ସାଥିଙ୍କ ଦ୍ବାରା ପାଲା ପରିବେଷଣ କରାଯାଇଥିଲା । ପଞ୍ଚାୟତ ଜିପିଓ କାହ୍ନୁ ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବ୍ଲକର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ।

    Related News

    Follow Us