ସୂର୍ଯ୍ୟ ଦେବ ଆଦିତ୍ୟ ରୂପରେ ପ୍ରକଟ ହୋଇ ଥାଆନ୍ତି l ଏହିଦିନ ଟି ଭଗବାନ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ଙ୍କ ରୋଗ ମୁକ୍ତ ହେବା ସହ ସାମଞ୍ଜସ୍ୟ ରହିଛି l ମାନ୍ୟତା ରହିଛି ଯେ ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଙ୍କୁ ଉପାସନା କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l
ଶାମ୍ବ ଦଶମୀ ରେ ସୂର୍ଯ୍ୟ ପୂଜନ ର ବର୍ଣନ ଶାମ୍ବ ପୂରାଣ ରେ କରାଯାଇଛି l ଶ୍ରୀକୃଷ୍ଣ ଓ ଜମ୍ଭବନ୍ତି ପୁତ୍ର ଶାମ୍ବ ଥିଲେ l ସେ ଅତ୍ୟନ୍ତ ପରାକ୍ରମୀ, ଗୁଣବାନ, ରୂପବାନ ଓ ପରାକ୍ରମୀ ଥିଲେ l ଏହି କାରଣରୁ ଶ୍ରୀକୃଷ୍ଣ ପୁତ୍ର ଶାମ୍ବ ଖୁବ ଅହଂକାରୀ , ଉଦଣ୍ଡ , ଏବଂ ଉଦ୍ଧତ ହୋଇ ଯାଇଥିଲେ l ତାଙ୍କର ଏହି ଉତ୍ପାତ କାରଣରୁ ଶ୍ରୀକୃଷ୍ଣ ତାଙ୍କୁ କୁଷ୍ଠ ରୋଗରେ ପୀଡିତ ହେବାର ଅଭିଶାପ ଦେଇଥିଲେ l ଏହାପରେ ଶାମ୍ବ ଏହି ବ୍ୟାଧି ରେ ପୀଡିତ ହୋଇଥିଲେ l ଏବଂ ଶାମ୍ବ ଙ୍କ ମା ସୂର୍ଯ୍ୟ ଙ୍କୁ ପୂଜା କରି ଶାମ୍ବ ଙ୍କୁ ଏହି ବ୍ୟାଧି ରୁ ମୁକ୍ତି ଦେଇଥିଲେ l
- ଏହି ମନ୍ତ୍ର ଟି କୁ କରନ୍ତୁ ପାଠ ” ଏହି ସୂର୍ଯ୍ୟ ସାହସ୍ତ୍ରାଙ୍ଗସୋ ତେଜୋରାଶେ ଜଗତପତ୍ୟେ ,
ଗୃହାନାଂଅର୍ଘ୍ୟେ ମୟା ଦତଙ୍ଗ ଭକ୍ତ୍ୟେ ମାମନୁକମ୍ପୟେ ” l - ଆଜିର ଦିନ ରେ ସୂର୍ଯ୍ୟ ଙ୍କୁ ଦୁଗ୍ଧ ରେ ଅର୍ଘ୍ୟ ଦେବା ଦ୍ୱାରା ସନ୍ତାନ ମାନଙ୍କ ର ସମସ୍ତ ରୋଗ ଦୁଃଖ କଷ୍ଟ ଦୂର ହୋଇଥାଏ l
- ଶାମ୍ବ ଦଶମୀ ଦିନ ଗୋଟିଏ ତମ୍ବା ପାତ୍ର ରେ ଜଳ , ଗଙ୍ଗା ଜଳ , ଅକ୍ଷତ , ରକ୍ତ ଚନ୍ଦନ , ସିନ୍ଦୁର ଦେଇ ଅର୍ଘ୍ୟ ଦିଅନ୍ତୁ l ଏପରି କରିବା ଦ୍ୱାରା ମଣିଷ ର ଦରିଦ୍ରତା ଦୂର ହୋଇଥାଏ l
- ଆଜିର ଦିନ ରେ ପିଲାଙ୍କ ପାଇଁ କ୍ଷୀରି କରି ବାଇଗଣ ପତ୍ର ରେ ସୂର୍ଯ୍ୟ ଦେବଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ