Search
Close this search box.

ଚୋର ଧରିବାକୁ ସୂଚନା ଦେଲେ ମିଳିବ ୧୦ ହଜାର

0
SHARES
45
VIEWS

ରାଜଧାନୀର ଚୋରଙ୍କୁ ଧରିବାକୁ ଫାଶ ବସାଇଲା ପୋଲିସ । ବଡ ବଡ ଲୁଟେରା, ଚୋର ଓ ମୋଷ୍ଟ ୱାଣ୍ଟେଡଙ୍କୁ ଧରିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି କମିଶନରେଟ ପୋଲିସ । ଦୀର୍ଘଦିନ ଧରି ଫେରାର ଥିବା ଲୁଟେରା, ଚୋରଙ୍କୁ କାବୁ କରିବାକୁ ଏଭଳି ପନ୍ଥା ଆପଣାଇଛି ପୋଲିସ । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛି ପୋଲିସ ।

ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ହୋଇଥିବା ବଡ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ଦିନରେ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା କଳାକନା ବୁଲାଇଥିଲେ । କିନ୍ତୁ ଏହି ଘଟଣାରେ ପୋଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରା,ଚୋରଙ୍କୁ ଧରିବାକୁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି । ଏହି ଚୋରଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବ । ସବୁଠୁ ବଡ କଥା ହେଲା ସୂଚନା ଆଧାରରେ ଚୋର ଧରାପଡିଲେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କାର ଦେବ ବୋଲି କୁହାଯାଇଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us