Search
Close this search box.

ଦିଗ ହର। ଖଣି ପ୍ରଭାବିତ ଅଞ୍ଚଳ ର ବିକାଶ

0
SHARES
7
VIEWS

ଯୋଡା: ଯୋଡା ବ୍ଲକ ଅନ୍ତର୍ଗତ ଲୋଇଡ।ପଦ।, ଗୁଅ।ଲି,ପଞ୍ଚାୟତ ରେ ଥିବା ରୁଗୁଡ଼ି – କ।ଟେ ସାହି ରାସ୍ତା ର ଦୂରବସ୍ଥା ହେତୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହି ସଡକ ଉପରେ ସୁନ୍ଦର ସୁନ୍ଦର ଗଡ ଜିଲ୍ଲା ମ।ଲଦା ଗ୍ରାମ ପଞ୍ଚାୟତ ସମେତ ୩ଟି ପଞ୍ଚାୟତ ନିର୍ଭରଶୀଳ । ରୁଗୁଡ଼ି – କ।ଟେସାହି ପ୍ରାୟ ୫କିମି ଦୂର ଏହି ସଡ଼କ ର ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ ୧୦ କୋଟି ୭୧ ଲକ୍ଷ ୩୬ ହଜାର ମଞ୍ଜୁର ହୋଇ ଥିଲା ।ଯାହାକି ଅଗଷ୍ଟ ୨୦୨୧ ମସିହା ଠାରୁ ଆରମ୍ଭ ହୋଇ ଫେବୃୟାରୀ ୨୦୨୨ ମଧ୍ୟରେ ସମ୍ପୂର୍ଣ କରିବାର ସମୟ ଧାର୍ଯ୍ୟ ହୋଇ ଥିଲା ।ମୁଖ୍ୟତଃ ଏହା ଖଣି ଅଞ୍ଚଳ ଦ୍ଵାରା ପ୍ରଭାବିତ ଲୋଇ ଡ।ପଦା, କଲହ୍ ରୁଡୁକେଳା,ଭୂୟାଁ ରୁଡୁ କେଳ।,ଓ କ।ଟେସାହି ଅଞ୍ଚଳ କୁ ଉଚ୍ଚ ଅଗ୍ରାଧିକାର ଭିତ୍ତିରେ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।ତେବେ ଦୀର୍ଘ ଦୁଇ ବର୍ଷ ରୁ ଅଧିକ ସମୟ ବିତି ଯାଇ ଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇ ରାସ୍ତାଟି ଅଚଳାବସ୍ଥା ରେ ପରିଣତ ହୋଇଛି ।ସୂଚନା ଯୋଗ୍ୟ କି,ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଟ୍ରକ୍ ଖଣିଜ ବୋଝେଇ କରି ପରିବହନ ଓ ବିଭିନ୍ନ ରେଳ ସାଇଡିଙ୍ଗ କୁ କୋଇଲା ପରିବହନ କରି ଥାଆନ୍ତି ।ଏହି ରାସ୍ତା ଟି ଯୋଡା ଖଣି ମଣ୍ଡଳ ର ପ୍ରାୟ ୫ଟି ଖଣି କୁ ଅତିକ୍ରମ କରିଥାଏ ।ସେହିପରି ସୁନ୍ଦର ଗଡ ଜିଲ୍ଲା କୋଇଡା ଖଣି ମଣ୍ଡଳ ର ୪ଟି ଖଣି ରୁ ଲୁହାପଥର ପରିବହନ ହୋଇ ଥାଏ ।ଖଣି କମ୍ପାନୀ ମାନେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି କୁ ଅର୍ଥ ଦେଉ ଥିବାରୁ ସେମାନେ ଏହି ରାସ୍ତା ରେ ମାଟି ଗୋଣ୍ଡ।ଏ ମଧ୍ୟ ପକାଉ ନାହାନ୍ତି ।ନିଜର ସାମାଜିକ ଦାୟିତ୍ୱବୋଧତା କୁ ଭୁଲି ଯାଇ ନିଜର ଖଣିଜ ପରିବହନ କୁ ଅଗ୍ରାଧିକାର ଦେଉ ଛନ୍ତି ବୋଲି ଭୂୟାଁ ରୁଡୁକେଳା ର ଧବଳେଶ୍ଵର ନାଏକ କହିଛନ୍ତି ।ସେହିପରି ଏହି ଗ୍ରାମର ଗଣେଶ୍ୱର ନାଏକ,ଦର୍ଜି ମୁଣ୍ଡା,ହୃଷି ମୁଣ୍ଡା,ମହେଶ୍ୱର ଘଣା,ସୁକୁମତି ମୁଣ୍ଡା,ସସ୍ମିତା ପୂର୍ତ୍ତି, ସିଙ୍ଗରାଏ ମୁଣ୍ଡା,ପ୍ରମୁଖ କହିଛନ୍ତି ଯେ,ଏହି ସଡ଼କ ର ଧୂଳି ଧୂଆଁ ଓ ପ୍ରଦୂଷଣ ପାଇଁ ଜୀବନ ନର୍କ ସଦୃଶ ହୋଇ ଗଲାଣି ।ଡି ଏମ୍ ଏଫ୍ ଟଂକା ଥାଇ ମଧ୍ୟ ଏହି ରାସ୍ତା ଟି ର କୌଣସି ଉନ୍ନତି କରଣ ହେଉ ନାହିଁ ।ଏକ ଠିକା ସଂସ୍ଥା ଏହି କଂକ୍ରିଟ ରୋଡ କାମ ଆରମ୍ଭ କରି ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ପଳାଇଛି 

ଦୀର୍ଘ ୪/୫ମାସ ହେବ କାମ ବନ୍ଦ୍ ହୋଇ ଯାଇଛି ।ସମୁଦାୟ ୫କିମି ରାସ୍ତାରୁ ନିର୍ମାଣ ହୋଇ ଥିବା କିଛି ରାସ୍ତା ନିମ୍ନ ମାନର କାର୍ଯ୍ୟ ହୋଇ ଥିବା ରୁ ସମ୍ପୂର୍ଣ କଂକ୍ରିଟ ଉଠି ଯାଇ ଆହୁରି ଶୋ ଚୋନୀୟ ହୋଇ ପଡ଼ିଛି । ଲୋଇଡ୍। ପଦା ଗ୍ରାମ ପଞ୍ଚାୟତ ର ସରପଂଚ ବିଳାସିନୀ ଓରାମ, ନାଏବ ସର ପଞ୍ଚ ତୁଷାର ନାଏକ,ୱାର୍ଡ ମେମ୍ବର ଗ।ଭାସ୍କର ପୂର୍ତ୍ତି,ପ୍ରମୁଖ କହିଛନ୍ତି ଯେ  ଗ୍ରାମ୍ୟ ଉନ୍ନୟନ ଏସ ଡି ଓ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୨/୩ଥର ଯୋଡା ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରି ମଧ୍ୟ କୌଣସି ନିଷ୍କର୍ଷ ମିଳିଲା ନାହିଁ ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ କୁ ପ୍ରଶାସନ ଅଣଦେଖା କରୁ ଛି ।ତେବେ ଏ ନେଇ ଠିକା ସଂସ୍ଥା ର ମ୍ୟାନେଜର ଲକ୍ଷ୍ମୀଧର ଦାସ ଙ୍କୁ କାମ ବନ୍ଦ୍ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ,ସିମେଣ୍ଟ – ବଜୁରି (ଚିପ୍ସ) ଗୋଳା ମିକ୍ସ୍ଚର କାରଖାନା ର କିଛି ଯନ୍ତ୍ରାଂଶ ପୋଡ଼ି ଯାଇ ଥିବା ରୁ କାର୍ଯ୍ୟ ବିଳମ୍ବ ହୋଇଛି ।ତେଣେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏସ ଡି ଓ ରାମ ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ,ଠିକା ସଂସ୍ଥା ର କାର୍ଯ୍ୟାଦେଶ କୁ ବାତିଲ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରା ଯାଇଛି ।ନିଜେ ରାସ୍ତା ଟି ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ବୋଲି ସେ କହିଛନ୍ତି ।ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ମହେଶ୍ୱର ଘଣା ଅଧିକ ସୂଚନା ଦେଇ କହିଛନ୍ତି ଯେ,୫୦ବର୍ଷରୁ ଅଧିକ ସମୟ ଧରି ଏହି ରାସ୍ତା ଟି ଅଧିକ ଓସାରିଆ ଥିଲା ,ମାତ୍ର କଂକ୍ରିଟ ରୋଡ ନିର୍ମାଣରେ ତ୍ରୁଟି ହେତୁ ଏହି ରାସ୍ତା ଟି ଅଣଓସାରିଆ ହୋଇ ଯାଇଛି ।ଫଳରେ ଏହି ରାସ୍ତା ଦେଇ ଦୁଇଟି ଗାଡ଼ି ଏକକାଳୀନ ଅତିକ୍ରମ କରି ପାରୁ ନାହାଁନ୍ତି ।ବାଇକ୍ ଚାଳକ ମାନଙ୍କ ପାଇଁ ଏହା ବିପଦ ପୂର୍ଣ୍ଣ ରାସ୍ତାରେ ପରିଣତ ହୋଇଛି ।ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ହେଉଛି ।ସୂଚନା ଯୋଗ୍ୟ କି,କେବଳ ଯୋଡା ଖଣି ମଣ୍ଡଳରୁ ୨୦୨୧-୨୨ ରେ ପ୍ରାୟ ୧୮୦୫ କୋଟି ଟଙ୍କା ଆଦାୟ ହୋଇ ଥିବା ବେଳେ ୨୦୨୨-୨୩ଆର୍ଥିକ ବର୍ଷରେ ୧୩୦୦କୋଟି ଟଙ୍କା ଆଦାୟ ହୋଇ ଥିଲା ।ହଜାର ହଜାର କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ରେ ଥାଇ ମଧ୍ୟ ଖଣି ଅଞ୍ଚଳର ରାସ୍ତା ଗୁଡ଼ିକରେ ଏହି ଅର୍ଥ ର ସୁବିନିଯୋଗ ହେଉ ନ ଥିବା ଅଞ୍ଚଳ ବାସୀ କ୍ଷୋଭ ର ସହିତ କହିଛନ୍ତି। ଅନାବଶ୍ୟକ ସ୍ଥଳରେ ଅଧିକ ଖର୍ଚ୍ଚ ଏବଂ ଆବଶ୍ୟକ ସ୍ଥଳେ କମ୍ ଖର୍ଚ୍ଚ କରାଯାଉଥିବା ରୁ ଖଣି ପ୍ରଭାବିତ  ଅଞ୍ଚଳ ବାସୀ ଏହାର ସୁଫଳ ପାଇ ପାରୁ ନ ଥିବା କହିଛନ୍ତି ।

    Related News

    Follow Us