Search
Close this search box.

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ, ଆୟୋଜିତ ହେଉଥିବା “ରୋଭର ରେଞ୍ଜର ଫେଷ୍ଟ”, ଭୁବନେଶ୍ୱରସ୍ଥିତ, ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ

0
SHARES
2
VIEWS

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ, ଆୟୋଜିତ ହେଉଥିବା “ରୋଭର ରେଞ୍ଜର ଫେଷ୍ଟ”, ଭୁବନେଶ୍ୱରସ୍ଥିତ, ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି

 ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ , ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଇଟସ୍ ଏବଂ ଗାଇଡସର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ମୁଖ୍ୟକମିଶନର ତଥା ଜାତୀୟ ଉପ-ସଭାପତି ଶ୍ରୀ କାଳିପ୍ରସାଦ ମିଶ୍ର ପ୍ରମୁଖ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ. ଏହି ଉତ୍ସବରେ ରାଜ୍ୟର 

୧୦ ଟି ଜିଲ୍ଲାରୁ ୪୦୦ ରୁ ଉର୍ଧ୍ଵ ରୋଭର ରେଞ୍ଜର ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ ଅଫିସର ଶ୍ରୀମତୀ ଅନାମିକା ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଏହି ଶିବିରର ଉଦ୍ଦେଶ୍ୟ ତଥା ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର ଅବଗତ କରାଇଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଶିବିର ମଧ୍ୟରେ ସ୍ନେହ ପ୍ରେମ ଏବଂ ସଦ୍‌ଭାବନା ଜାଗ୍ରତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ.. ପରିଶେଷରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶେଷରେ,ରୋଭର ରେଞ୍ଜର ମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

    Related News

    Follow Us