Search
Close this search box.

ଆସିକା ରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ କୁତ୍ରିମ ବନ୍ୟା ! ଅନଭିଜ୍ଞ ଠିକାଦାର ପ୍ରୀତି ଯୋଗୁଁ ଲୋକେ ହଟ ହଟା

0
SHARES
6
VIEWS

ଆସିକା : ୬-୧୨ ସାମୁଦ୍ରିକ ବାତ୍ୟା ମିଗଜୋମ ଯୋଗୁଁ ଲଘୁଚାପ ଜନିତ ବର୍ଷା ଗତ କାଲି ଠାରୁ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଝିପି ଝିପି ବର୍ଷା ଲାଗିରହିଛି। ଆଜି ଆସିକା ସମେତ ଆଖ ପାଖ ଅଞ୍ଚଳ ରେ ମଧ୍ୟ ଝିପି ଝିପି ବର୍ଷା ସମେତ କେତେ ବେଳେ ଟିକେ ଅଧିକ ମଧ୍ୟ ବର୍ଷା ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗତ କିଛି ଦିନ ହେଲା ଉନ୍ନୟନ ନାମରେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ଚାଲିଛି। ଏହା ସାଙ୍ଗକୁ ପୂର୍ବରୁ ଥିବା ଡ୍ରେନେଜ ଗୁଡ଼ିକରେ ଜଳ ନିଷ୍କାସନ ନହୋଇ ବିଭିନ୍ନ ସାହି ରେ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଏହାକୁ ସୁଧାରିବା ପାଇଁ ଏକ ସପ୍ତାହ ହେବ ପୁରୁଣା ଡ୍ରେନଜ କୁ ଭାଙ୍ଗି ନୂଆ ଡ୍ରେନେଜ ନିର୍ମାଣ କରାଯାଇଛି। ଆଜି ସାମାନ୍ୟ ବର୍ଷା ରେ ବିଜ୍ଞାପିତ ଅଞ୍ଚଳ ର ଅସଲ ମୁଖା ଖୋଲି ଯାଇଛି ବୋଲି ସର୍ବତ୍ର ଆଲୋଚନା ହେଉଛି। ଏହି ତୃଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଆସିକା ସୁବର୍ଣ୍ଣପେଟା ସାହିରେ ସ୍ୱଳ୍ପ ବୃଷ୍ଟି ପାତ ରେ ମଧ୍ୟ ବର୍ଷା ଜଳ ନିଷ୍କାସନ ନହୋଇ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଉପରେ ବର୍ଷା ଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ବାବୁଙ୍କ ହମବାଡା ନୀତି ଓ ଅନଭିଜ୍ଞ ଠିକାଦାର ପ୍ରୀତି ଯୋଗୁଁ ଲୋକେ ପୂର୍ବ ଭଳି ପରିସ୍ଥିତି ର ସମ୍ମୁଖୀନ ହେଲେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି। ତ୍ରୁଟିପୂର୍ଣ୍ଣ ଫେବର ରୋଡ଼ ନିର୍ମାଣ ସମ୍ପର୍କ ରେ ପୂର୍ବ ରୁ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ହୋଇଥିଲା।ସରକାର କା ମାଲ ଦରିଆ ମେ ଡାଲ ନୀତି ଯୋଗୁଁ ଆସିକା ବାସୀ ପୂର୍ବ ଭଳି ସମଦଶା ଭୋଗୁଛନ୍ତି ବୋଲି ସବୁଆଡେ ଏବେ ଚର୍ଚ୍ଚା ର ବିଷୟ ହୋଇଛି।

    Related News

    Follow Us