Search
Close this search box.

ଅନିର୍ଦ୍ଧିଷ୍ଟ କାଳ ସ୍କୁଲରେ ରୋଷେଇ ବନ୍ଦ ରହିବ

0
SHARES
4
VIEWS

ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ହାଟ ପଦାରେ AICCTU ଦ୍ୱାରା ପରିଚାଳିତ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ (ମଧ୍ୟାହ୍ନ ଭୋଜନ ) ର ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆବାହକ ସଂଘର ଉପଦେଷ୍ଟା ଶ୍ରୀ ତ୍ରିପତୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଉର୍ମିଳା କଣ୍ଡାଗାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଜିଲ୍ଲା ସଭାପତି ମୁନି ଶବର ଓ ବୃନ୍ଦାବନ ବିଡିକା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧି, ଜନ ବିରୋଧି ଓ ନିତି ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଉଦ୍ଧବୋଧନ ଦେଇଥିଲେ। ତତ୍ ସହିତ ମଧ୍ୟାହ୍ନ ଭୋଜନ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମାନଙ୍କୁ ମାସିକ 26 ହଜାର ଟଙ୍କା ଓ ସରକାରି ମାନ୍ୟତା ପ୍ରଦାନ, ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ପ୍ରଦାନ,କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବର ଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ବକେୟା ପାରିଶ୍ରମିକ ପ୍ରଦାନ କରିବା, ନୁତନ ଶିକ୍ଷା ନିତି ୨୦୨୦ ବାତିଲ କରିବା, ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ ସହ ପାଚିକାମାନଙ୍କୁ ନିଯୁକ୍ତି ପ୍ରଦାନ,ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ, ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର ଭତ୍ତା ପ୍ରଦାନ କରିବା,ପାଚିକାମାନଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା,ମଧ୍ୟାନ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକାମାନଙ୍କୁ ସାଧାରଣ ଛୁଟି ଓ ପ୍ରସ୍ତୁତି କାଳୀନ ଛୁଟିର ବ୍ୟବସ୍ଥା ସହ ସରକାରୀ ନିୟମ ଅନୁଯାୟୀ ଛୁଟିର ପାରିଶ୍ରମିକ ପ୍ରଦାନ, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକା ମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ,ସାମାଜିକ ନିରାପତ୍ତା,ବୀମାଭୁକ୍ତ ପ୍ରଦାନ, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମି ପ୍ରଦାନ,ଶ୍ରମିକ ଓ କର୍ମଚାରୀ ବିରୋଧ ଶ୍ରମ କୋଡକୁ ବାତିଲ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଉ ବୋଲି ଶ୍ରୀମତି ଉର୍ମିଳା କଣ୍ଡାଗରୀ, ପ୍ରତିମା ଶବର ସରଜନୀ ମୂଟୁକା, ତୁଳସା ପିରିପାକା, କୁମାରୀ ଶବର, କୁନ୍ତି ଶବର, ପ୍ରମିଳା ଶବର, ସୁନିତା ଶବର, ରାଜେନ୍ଦ୍ର ମାଝୀ, କରୁଣାକର ଲିମା ସମେତ ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନେ ଉପସ୍ଥିତ ରହି ସରକାରଙ୍କ ପାଖରେ ଦାବୀ ଜଣାଇବା ପାଇଁ ନିଷ୍ପତି ନେଇଥିଲେ। ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଂଘର୍ଷ ଟିଭି.

    Related News

    Follow Us