Search
Close this search box.

ନକଟିକାନୀ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା

0
SHARES
51
VIEWS

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମ ପଞ୍ଚାୟତର ଏକ ନମ୍ବର ୱାର୍ଡ ରେ ଉତ୍କଟ ପାନୀୟ ଜଳର ସମସ୍ୟା ଦେଖାଦେଇଛି।
ଯାହାକି ପ୍ରଚଣ୍ଡ ଗ୍ରୀଷ୍ମ ରୌଦ୍ରତାପର ପ୍ରବାହରେ ନଇଁ, ନାଳ, ପୋଖରୀ, ନଳକୂପ ଇତ୍ୟାଦି ସୁଖିଯାଇଛି ଏବଂ ଲୋକେ ପାନୀୟ ଜଳ ପାଇଁ ଛଟ ପଟ ହେଉଛନ୍ତି, ଏହି ଜଳ ସଙ୍କଟ ବିଷୟକୁ ଲୋକେ ପଞ୍ଚାୟତ ସ୍ତରରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ଏବଂ ଆଜି ପର୍ଯ୍ୟନ୍ତ କାହାରି ତଦନ୍ତ ମଧ୍ୟ ନାହିଁ,ଯାହାଫଳରେ ଆଜି ଶହ ଶହ ମହିଳା ପାନୀୟ ଜଳର ସମସ୍ୟା ଦିନକୁ ଦିନ ବଢୁଥିବାରୁ ଗଣ ମାଧ୍ୟମ ପ୍ରତିନିଧି ନିକଟରେ ତାଙ୍କର ସମସ୍ୟାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ପ୍ରଚଣ୍ଡ ଖରାରେ ପୋଖରୀ ସୁଖିଯାଇଥିବା ବେଳେ ନଳକୂପରେ ଦିର୍ଘସମୟ ଧରି ପାଣି ବାହାରୁ ନାହିଁ,
ଗାଈଗୋରୁ ଆଦିଙ୍କୁ ପାନୀୟ ଜଳର ସମ୍ପୂର୍ଣ୍ଣ ସମସ୍ୟା ଦେଖା ଦେଇଥିବା ବେଳେ ବ୍ଲକ ପ୍ରଶାସନର ମଧ୍ୟ ଗ୍ରାମବାସୀଙ୍କ ପ୍ରତି ଅଣଦେଖା କରୁଥିବାରୁ ଆଜି ସମସ୍ତ ମହିଳା ଓ ପୁରୁଷ ଉପସ୍ଥିତ ରହି ରୋକ୍ ଠୋକ୍ ଚେତାବନୀ ଦେଇଛନ୍ତି,ଯଦି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରା ଯାଏ ଓ ସମସ୍ୟାର ତୁରନ୍ତ ସମାଧାନ ନକରନ୍ତି,ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସରକାରଙ୍କୁ ଜଣାଇ ଦିଆ ଯାଇଛି।
ଏହି ସମସ୍ୟା ଉପରେ ଗଣମାଧ୍ୟମ ପ୍ରତିକ୍ରିୟା ନେବା ପାଇଁ ବର୍ତ୍ତମାନର ସରପଞ୍ଚ ସାବିତ୍ର ମାଝୀଙ୍କ ଘରକୁ ଯାଇ ଦୀର୍ଘ ସମୟ ବାହାରେ ଅପେକ୍ଷା କରିଥିଲ, କିନ୍ତୁ ପ୍ରତକ୍ରିୟା ଦେବାକୁ ସରପଞ୍ଚ ଭୟରେ ଘରଭିତରୁ ବାହାରକୁ ଆସିଲେ ନାହିଁ,ଏହି ପରିପ୍ରେକ୍ଷୀରେ ସରପଞ୍ଚଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିଲା ନାହିଁ।
ଯଦି ଏହି ସମସ୍ୟାର ସମାଧାନ ଯଥାଶୀଘ୍ର ନ କରାଯାଏ ତେବେ ଏହି ଆନ୍ଦୋଳନ ଭୟଙ୍କରରୁ ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି।

ରିପୋର୍ଟ :ଅଭିନ ଚନ୍ଦ୍ର ଟୋଲଟିଆ
କଳାହାଣ୍ଡି

    Related News

    Follow Us