Search
Close this search box.

ସ୍ୱାଧୀନତାର ୭୬ ବର୍ଷ ପରେ ଅନ୍ଧାରରୁ ଆଲୋକ

0
SHARES
3
VIEWS

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ର ଭୂୟାଁ ରୋଇଡା ଗ୍ରାମ ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ଭାବେ ଜଙ୍ଗଲ ଓ ପାହାଡ ମଧ୍ୟରେ ରହିଛି ମାଙ୍କଡ ହଟିଂ।ଏଠାରେ ଆଦିବାସୀ ଲୋକେ ବସବାସ କରନ୍ତି ।ସ୍ଵାଧୀନ ତା ପରେ ଲୋକେ ଦୀର୍ଘ ୭୬ ବର୍ଷ ଧରି ବିଦ୍ୟୁତ୍ ଆଲୋକ ରୁ ବଞ୍ଚିତ ହୋଇ ଅନ୍ଧାରରେ ରହୁଥିଲେ ।।ରାତି ସମୟରେ ସମ୍ପୂର୍ଣ ଜଙ୍ଗଲ ପରିବେଷ୍ଟିତ ଜନ ବସତି ରେ ନିଜର ଜୀବନ ସୁରକ୍ଷା ପାଇଁ ଲଣ୍ଠନ ଓ ଡିବିରି ବତୀ ହିଁ ସ।ହାର। ହୋଇଥିଲା । ବିଦ୍ୟୁତ୍ ସଂଯୋଗ ନିମନ୍ତେ ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ  ।ଏପରିକି ପ୍ରତି ନିର୍ବାଚନ ସମୟରେ ଏହି ବିଦ୍ୟୁତ୍ ସମସ୍ୟା ନେଇ ନେତାଙ୍କ ର ପ୍ରସଙ୍ଗ ପାଲଟି ଥାଏ ।ନେତା ମାନେ ଅନେକ ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଭୋଟ ଆଦାୟ କରିଥାନ୍ତି ।ମାତ୍ର ପରବର୍ତ୍ତୀ ସମୟରେ ଆଦିବାସୀ ମାନଙ୍କ ର ଜୀବନ ଧାରଣ ରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ ।ସେହି ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ଙ୍କ ଭୟରେ ଆଲୋକ ନ ପାଇ ଲୋକେ ଅନ୍ଧାରରେ ରହୁଥିଲେ ।ବାରମ୍ବାର ଏହି ଦାବି ପରେ ଯଦିଓ ସରକାର ବସ୍ତି କୁ ବିଦ୍ୟୁତ୍ ସଂଯୋଗ କରିନାହାନ୍ତି ।ତେବେ ସୋଲାର ଲାଇଟ୍ ସ୍ଥାପନ କରି ବସ୍ତି କୁ ଆଲୋକିତ କରିଛନ୍ତି ।

ସ୍ଵାଧୀନତା ର ଦୀର୍ଘ ବର୍ଷ ପରେ ଜନବସତି ଟି ଆଲୋକିତ ହେବ।ପରେ ଲୋକ ମାନଙ୍କ ମଧ୍ୟରେ ସାମାନ୍ୟ ଆଶ୍ବସ୍ତ ମିଳିଛି । ଏ ନେଇ ଗ୍ରାମର ସୂପାଇ ଟପ୍ନୋ, ଗୋପାଲ ଓରାମ,ମଙ୍ଗଲ ମୁଣ୍ଡା,ମହେନ୍ଦ୍ର କେରାଇ,ସମର। ବେଣ୍ଟକ।ର ପ୍ରମୁଖ କହିଛନ୍ତି ଯେ,ଖଣିଜ ସଂପଦ ପାଇଁ ଯୋଡା ଆଜି ବିଶ୍ୱରେ ପରିଚିତ ।ମୂଲ୍ୟବାନ ଖଣିଜ ସଂପଦ ପାଇଁ ହଜାର ହଜାର କୋଟି ଟଙ୍କା ର ରାଜସ୍ବ ସରକାର ଏଠାରୁ ଆଦାୟ କରୁଛନ୍ତି ।ଖଣି ବ୍ୟବସାୟ କରି ଖଣି ଲିଜ ଧ।ରି ମାନେ ଅମାପ ଧନ ସମ୍ପଦ ର ଅଧିକାରୀ ହେଉଛନ୍ତି ।ବ୍ୟାପକ ଖଣି ଖନନ ପରେ ଜଙ୍ଗଲ,ଜମି,ଜଳ ଓ ପରିବେଶ ଭୁଶୁଡ଼ିବାରେ ଲାଗିଛି ।ଏହା ସତ୍ବେ ଆଦିବାସୀ ମାନଙ୍କ ର  ମୌଳିକ ସୁବିଧା ପ୍ରତି ନା ସରକାର ନ। ଖଣି ଲିଜ ଧ।ରି ମାନେ କେହି ଦୃଷ୍ଟି ଦେଉ ନାହାନ୍ତି । ଏହି ସୋଲାର ଲାଇଟ୍ ସ୍ଥାପନ ଦ୍ଵାରା ଗାଆଁ ଟି ଆଲୋକିତ ହୋଇଛି ସତ ମାତ୍ର ଏହାର ସ୍ଥାୟୀତ୍ବ କେତେ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ସ୍ଥାୟୀ ଆଲୋକ ବ୍ୟବସ୍ଥା ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

    Related News

    Follow Us