Search
Close this search box.

ପୋଲିସ ନେଇଛି ବଡ ଶପଥ, ସମୂଳେ ଗଞ୍ଜେଇ ହେବ ନଷ୍ଟ

0
SHARES
7
VIEWS

ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ କରାଯାଇଥିବା ଜିଲ୍ଲା ଆରକ୍ଷୀ ବିଭାଗରେ ସୂଚନା ରହିଛି। ପୋଲିସ ବିଭାଗ ତରଫରୁ ଗୁଡ଼ାରୀ ଥାନା ଓ ପଦ୍ମପୁର ଥାନା ଅଞ୍ଚଳରୁ ଅନେକ ସ୍ଥାନରେ ପୋଲିସ ବିଭାଗ,ଅବକାରୀ ବିଭାଗ ଓ ବନ ବିଭାଗର ମିଳିତ ସାମ୍ମୁଖ୍ୟରେ ବେଆଇନ ଗଞ୍ଜେଇ ଚାଷ ଜମିରେ ଚଢ଼ାଉ କରି ଏକର ଏକର ଜମିରୁ ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ କରିଥିବା ଜଣାପଡିଛି।ଫଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ସ୍ଵାତି କୁମାରୀଙ୍କ ନିର୍ଦ୍ଧେଶରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବାବୁଲି ନୟକଙ୍କ ନେତୃତ୍ୱରେ ଗୁଡ଼ାରୀ ତହସିଲଦାର ତଥା ଏକଜୁକେଟିଭ ମାଜିଷ୍ଟ୍ରେଟ ଏ. ସ୍ନେହଲତାଙ୍କ ଉପସ୍ଥିତରେ ଗୁଡ଼ାରୀ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗର ମିଳିତ ସହଯୋଗରେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ସିରିଗୁଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଗୁମି ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗୁମି ଅଞ୍ଚଳର ୧୨ ଗୋଟି ସ୍ଥାନରେ ଚଢ଼ାଉ କରି , ପ୍ରାୟ ୬ ଏକର ଜମିରୁ ୧୮ ହଜାର ଗଞ୍ଜେଇ ଗଛ କଟାଯାଇ ପୋଡି ନଷ୍ଟ କରି ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି।ରିପୋର୍ଟ: ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ସଂଘର୍ଷ ଟିଭି।

    Related News

    Follow Us