Search
Close this search box.

ଜନଜାତୀୟ ଗୌରବ ଦିବସ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ ଯୋଡା

0
SHARES
2
VIEWS

ଆଦିବାସୀଙ୍କ ଜୀବନ, ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ୧୫ ତାରିଖ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଆସୁଅଛି । ଯୋଡ଼ା ପୌରପାଳିକା ଅଧୀନ କେନ୍ଦ୍ରୀୟ ଖେଳ ପଡିଆରେ ୧୫ ତାରିଖରୁ ଆରମ୍ଭ ହୋଇଥିବା ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ରବିବାର ଉଦଯାପିତ ହୋଇଯାଇଛି। ସନ୍ଧ୍ୟାରେ ଉଦଯାପିତ ଉତ୍ସବରେ ଆୟୋଜିତ ସାଧାରଣ ସଭାରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଖଣି ଲିଜଧାରୀ ତାରିଣୀ ପ୍ରସାଦ ମହାନ୍ତି, ଆଦିବାସୀ ମହାସଭା ସଭାପତି ଗୌର ଚନ୍ଦ୍ର ମୁଣ୍ଡା, ପୂର୍ବତନ ପୌର ପାଳିକା ଅଧ୍ୟକ୍ଷ ରବିନ୍ଦ୍ର କୁମାର ଦାସ, ଆଦିବାସୀ ମହାସଭା କେନ୍ଦ୍ରୀୟ ସଭାପତି କିରସନ ଚନ୍ଦ୍ର ବୋଦ୍ରା,ଆଦିବାସୀ ମହାସଭା କେନ୍ଦ୍ରୀୟ ସମ୍ପାଦକ ତିରିଲ ତିରିଆ, ରଞ୍ଜିତ ମହାକୁଡଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ । ସଞ୍ଜିବ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପ୍ରଥମେ ଭଗବାନ ବିର୍ସା ମୁଣ୍ଡାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଦିବାସୀ ଭାଇଭଉଣୀମାନେ ପାରମ୍ପରିକ ବେଶ ପୋଷାକ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ବୀର ବିର୍ସା ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଗର୍ବ,ଗୌରବ ଓ ପରିଚୟ । ଜଣେ ଆଦିବାସୀ ଭାବରେ ତାଙ୍କ ଅତିତର କାର୍ଯ୍ୟାବଳି ପାଇଁ ଆମେ ନିଜକୁ ଗୌରବାନ୍ୱୀତ ମନେକରୁଛୁ । ତାଙ୍କର ଆଦର୍ଶ ସମସ୍ତ ଆଦିବାସୀ ସମ୍ପ୍ରଦାୟର ପାଇଁ ପଥପଦର୍ଶକ ହେଉ ବୋଲି କହିଥିଲେ । ଯୋଡ଼ା ଆଦିବାସୀ ହୋ ସମାଜ ସଭାପତି ସଞ୍ଜୀବ ମୁଣ୍ଡା,ସମ୍ପାଦକ ରସିକା ମୁଣ୍ଡା, ଉପ ସଭାପତି ରଜେନ୍ ମୁଣ୍ଡା, ଯୁଗ୍ମ ସମ୍ପାଦକ ଶମ୍ଭୁ ଚରଣ ହେମ୍ବ୍ରମ, ଦିନେଶ ହେମ୍ବ୍ରମ, କୋଷାଧ୍ୟକ୍ଷ ବାସୁଦେବ ସୁଣ୍ଢିଙ୍କ ସମେତ ଅନ୍ୟମାନେ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ।

    Related News

    Follow Us