Search
Close this search box.

ପବିତ୍ର କାର୍ତ୍ତିକ ପୁର୍ଣିମାରେ ରଙ୍ଗାୟିତ ହେବ ପୁଷ୍କର ଘାଟ, ବଦାନ୍ୟ ବ୍ୟକ୍ତିଙ୍କ ବୈଠକରେ ନିଷ୍ପତ୍ତି

0
SHARES
3
VIEWS

ବାର୍ଷିକ ବାରମାସ, ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ପବିତ୍ର ମାସ ତଥା ଧର୍ମ ମାସ ବୋଲି ଧାର୍ମିକ ଭାବନାରେ ବିବେଚନା କରାଯାଇଛି। ଏହି ମାସରେ ଦେଶର ବିଭିନ୍ନ ରାଜ୍ୟରେ ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ,ବସ୍ତ୍ର ଦାନ, ଦକ୍ଷିଣା, ସ୍ଥାନେ ସ୍ଥାନେ ପୁରାଣ ପାଠ, ଭଗବତ ଚର୍ଚ୍ଚା ଇତ୍ୟାଦି ସହ ନିଜର ପୁଣ୍ୟ ଅର୍ଜନ ଏବଂ ପିତୃ ଲୋକଙ୍କ ମୁକ୍ତି ନିମନ୍ତେ ପିଣ୍ଡ ଦାନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଡ଼ାରୀ ସଦର ଅବବାହିକା ଦେଇ ପ୍ରବାହିତ ତ୍ରିବେଣୀ ସଙ୍ଗମ ପୁଣ୍ୟ ବଂଶଧାରା ନଦୀ ତଟରେ ଗତ ସରକାରଙ୍କ ତତ୍ୱାବଧାନରେ ନିର୍ମାଣ ହୋଇଛି ପୁଷ୍କର ଘାଟ। ଉକ୍ତ ପୁଷ୍କର ଘାଟର ଉଦ୍ଧେଶ୍ୟ ମୂଳକକୁ ପୂରଣ କରିବା ପାଇଁ ଆଞ୍ଚଳିକ ବିକାଶ ପରିଷଦ ଗୁଡ଼ାରୀ ସଭାପତି ଶ୍ରୀ ଗଙ୍ଗାଧର ଚଲାଣଙ୍କ ଆହ୍ୱାନକ୍ରମେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଭକ୍ତ ମଣ୍ଡଳୀକୁ ନେଇ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଚଳିତ କାର୍ତ୍ତିକ ମାସ ପୁର୍ଣିମା ଉପଲକ୍ଷେ ପୁଷ୍କର ଘାଟ ପରିସରରେ ଆଲୋକ ମାଳରେ ରଙ୍ଗାୟିତ ହେବ ବଂଶଧାରା ତ୍ରିବେଣୀ ପୁଷ୍କର ଘାଟ, ସେଥି ସହିତ ତା:୧୪/୧୧/୨୦୨୪ ରିଖରେ ଆୟପ୍ପା ସ୍ୱାମୀ ମାନଙ୍କ ଭଜନ କୀର୍ତ୍ତନ ସହ ଗଙ୍ଗା ଆବାହନ, ଗଙ୍ଗା ପୂଜା ଓ ଗଙ୍ଗା ଆଳତି, ତା:୧୫/୧୧/୨୦୨୪ ରିଖରେ ଏକ ପ୍ରହରୀ ନାମଯଜ୍ଞ ସହ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି। ରିପୋର୍ଟ : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ସଂଘର୍ଷ ଟିଭି।

    Related News

    Follow Us