ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଭାସ୍କର ରାଓ ଙ୍କୁ ଜାମିନ ବିହୀନ ଗିରଫ ପରୱାନା ଜାରିରାୟଗଡ଼ା ସହର ତୁମ୍ବିଗୁଡ଼ାର ଆଦିବାସୀ ନେତା ଓ ମଝି ଘରିଆଣୀ ମନ୍ଦିରର ଟ୍ରଷ୍ଟି ସଦସ୍ୟ ସ୍ବର୍ଗତ ଭାଗିରଥି ମଣ୍ଡାଙ୍ଗୀ ହତ୍ୟା ଘଟଣା ପର୍ଦ୍ଦାଫାଶ କରାଯାଇଛି। ରାୟଗଡ଼ା SDJM କୋର୍ଟ ଖଣ୍ଡପୀଠ ବିଚାରପତି ବର୍ଷା ଦାସ ଙ୍କ ଦ୍ଵାରା 14ବର୍ଷ ତଳ ଆଦିବାସୀ ନେତା ସ୍ବର୍ଗତ ଭାଗିରଥୀ ମଣ୍ଡାଙ୍ଗୀ ଙ୍କୁ 15 /12/2010 ହତ୍ୟା ମାମଲା କୁ ବିଚାର କରି ଆଜି ଏକ ରାୟ ଦେଇ 06 ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ସେମାନେ ହେଲେ ପୂର୍ବତନ ରାଜ୍ୟ ସଭା ସାଂସଦ ଏବଂ ବର୍ତ୍ତମାନ ର ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ଙ୍କ ନାଁ ରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇଛି l ଭାସ୍କର ରାଓ ଙ୍କ ସହ ଅନ୍ୟ 5 ଜଣ ଙ୍କ ବିରୁଦ୍ଧରେ ୱାରଣ୍ଟ ଜାରି କଲେ ସେମାନେ ହେଲେ ଇପିଲି ସନ୍ୟାସୀ ରାଜୁ, ୟେଲ୍ଲା ଭେଙ୍କେଟେଶ୍ୱର୍ ରାଓ, ପେଦୀନା ଦିଲ୍ଲିପ, ଏନ ଆଦି ନାରାୟଣ, କେ କ୍ରୀଷ୍ଣା ରାଓ ଙ୍କ ବିରୁଦ୍ଧ ରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ସୂଚନା ଅନୁଯାୟୀ ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀ ଙ୍କୁ 15 /12/2010 ରେ ଅତି ନିର୍ମମ ଭାବେ ହତ୍ୟା କରି ଆନ୍ଧ୍ରା ପ୍ରଦେଶ ମାନ୍ୟମ ଜିଲ୍ଲାର ଝଂଯ୍ୟାବତି ଡେମ ରେ ଫୋପାଡି ଦେଇଥିଲେ। ଉକ୍ତ ଘଟଣାକୁ ଭାସ୍କର ରାଓ ଙ୍କ ପ୍ରଭାବରେ ଚାପି ଦିଆଯାଇ ଥିଲା ଏହି ମାମଲା ରେ ଦୀର୍ଘ 14 ବର୍ଷ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଫେବୃଆରୀ 14 2024 ରେ ମୃତ ଭାଗିରଥୀ ମଣ୍ଡାଙ୍ଗୀ ଙ୍କ ଭାଇ ଜଗନ୍ନାଥ ମଣ୍ଡାଙ୍ଗୀ ରିଟ ପିଟିସନ ଦାଏର କରିଥିଲେ ଆଜି ରାୟଗଡ଼ା SDJM କୋର୍ଟ ଖଣ୍ଡପୀଠ ବିଚାରପତି ବର୍ଷା ଦାସ ରାୟ ଦେଇଛନ୍ତି। ବୁଦ୍ଧିଜିବୀ ମହଲ ରେ ଏହି ଘଟଣା ନେଇ ଚର୍ଚ୍ଚା ଓ ସମାଲୋଚନା ବିଷୟ ପାଲଟିଛି। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ।