ଜୁରୁଡି ଓ ଏମ୍ ସି ଖଣିରେ ବାହାର ଅଞ୍ଚଳ ର ପରିବହନ କୁ ନେଇ ଦାଦା ଗିରି
ଯୋଡା,୮/୧୧(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଜୁ ରୁଡି ସ୍ଥିତ ଓଏମ ସି ଖଣି ରେ ବାହାର ଅଞ୍ଚଳ ର ଏକ ପରିବହନ ସଂସ୍ଥା ର ଦାଦା ଗିରି ଚରମ ସୀମାରେ ପହଂଚିଛି । ଖଣିଅଛଳ ରେ କାମ ଧନ୍ଦା ନମିଳିବାରୁ ଏଠିକାର ବସ୍ତି ବାସିନ୍ଦା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କିନ୍ତୁ ଏଠି ବାହାର ରାଜ୍ୟରୁ ଆସି ଦାଦା ଗିରି କରି ଏଠାରେ କାମ କରୁଛନ୍ତି। ଏବେ ପରିବହନ କୁ ବିରୋଧ କରୁଥିବା ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି ।ଏଥିପାଇଁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।ଘଟଣା ସ୍ଥଳରେ ପୋଲିସ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ ହେଁ ପରିବହନ ଠିକା ସଂସ୍ଥା ର ଏପରି ଦାଦା ଗିରି କାର୍ଯ୍ୟ କୁ ବିରୋଧ କରି ଶତାଧିକ ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀ ମାନେ ଏକତ୍ରିତ ହୋଇଛନ୍ତି ।ଖଣି ର ପରିବହନ କାର୍ଯ୍ୟ ବନ୍ଦ ରହିଛି ।ଘଟଣାରୁ ପ୍ରକାଶ ଯେ,ଶୁକ୍ରବାର ଦିନ ପ୍ରାୟ ୧୨ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ର ୱିନ ମିନ୍ତ୍ରା ନାମକ ପରିବହନ ସଂସ୍ଥା ର ପରିବହନ କାର୍ଯ୍ୟ ଆରମ୍ଭ ହୋଇଥିଲା ।ସ୍ଥାନୀୟ ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀ ମାନେ ପୂର୍ବରୁ ଏହି ପରିବହନ କାର୍ଯ୍ୟ ପାଇଁ ଦାବି କରି ଆସୁଥିଲେ ।ମାତ୍ର ଓ ଏମ ସି କତୃପକ୍ଷ ଅଣଦେଖା କରି ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କୁ ପରିବହନ କାର୍ଯ୍ୟ ନ ଦେଇ ଜିଲ୍ଲା ବାହାର ତଥା ଖୋର୍ଦ୍ଧା ଜିଲ୍ଲା ର ଉକ୍ତ ପରିବହନ ସଂସ୍ଥା କୁ ପରିବହନ କାର୍ଯ୍ୟାଦେଶ ଦେଇଛି ।ଏହା ଜାଣିବା ପରେ ସ୍ଥାନୀୟ ଖଣି ସଂଲଗ୍ନ କ୍ଷତିଗ୍ରସ୍ତ ଜୁରୁଡି ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ ।ବିରୋଧ କରିବାରୁ ପରିବହନ ସଂସ୍ଥା ର କିଛି ଲୋକ ପେଣ୍ଠେଇ ବସ୍ତି ର ଚୈତନ୍ୟ ପେଣ୍ଠେଇ ଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି ।ଏହି ଘଟଣା ପରେ ଜୁରୁଡି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି ।ଏହି ବାହାର ଅଞ୍ଚଳ ର ପରିବହନ ସଂସ୍ଥା ର କାର୍ଯ୍ୟାଦେଶ କୁ ବାତିଲ କରିବା ପାଇଁ ଓ ଏମ ସି କତୃପକ୍ଷ ଙ୍କୁ ଗ୍ରାମବାସୀ ମାନେ କଡ ଚେତାବନୀ ଦେଇଛନ୍ତି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଖଣି ମଧ୍ୟ କୁ ପରିବହନ ପାଇଁ ଟ୍ରକ୍ ପ୍ରବେଶ କରିବା ସମୟରେ ପରିବହନ କୁ ବିରୋଧ ଓ ସମର୍ଥନ ଦେଇଥିବା ଲୋକଙ୍କ ମଧ୍ୟରେ ମାର୍ ପିଟ ଆରମ୍ଭ ହୋଇ ଥିଲା । ପୋଲିସ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହିତ ଉଭୟ ପକ୍ଷ୍ୟ ର ଲୋକଙ୍କ ସହିତ ବୁଝାସୁଝା କରି ସମାଧାନ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସମାଧାନ ହୋଇ ପାରି ନ ଥିଲା ।ଖବର ଲେଖା ହେବା ସମୟ ସନ୍ଧ୍ୟା ୮ଘଟିକା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହି ଥିଲା ।ଖଣି ର ପରିବହନ କାର୍ଯ୍ୟ ବନ୍ଦ ରହିଥିଲା ।ଘଟଣାସ୍ଥଳରେ ପୋଲିସ ଜୁରୁଡ଼ି ଖଣି ଅଞ୍ଚଳରେ ବାହାର ଅଞ୍ଚଳ ର ଖଣି ସଂସ୍ଥା ର ପ୍ରବେଶ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି ।