Search
Close this search box.

ଦାନା ପ୍ରଭାବିତ ଅଞ୍ଚଳରେ ଟିପିଏନଓଡିଏଲ୍ ବାଣ୍ଟିଲା ରିଲିଫ୍ ସାମଗ୍ରୀ

0
SHARES
5
VIEWS

ନୀଳଗିରି,ତା,୦୭/୧୧- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପିଏନଓଡ଼ିଏଲ ପକ୍ଷରୁ ବାତ୍ୟା ‘ଦାନା’ ପ୍ରଭାବିତ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ଗାଁରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଟିପିଏନଓଡ଼ିଏଲର କର୍ମଚାରୀ ଓ ସିଏସଆର ପାଣ୍ଠି ବିନିଯୋଗରେ ସାମଗ୍ରୀ ବଣ୍ଟନ କରାଯାଇଥିବାବେଳେ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ଡାଲି, ଅଟା, ସୋରିଷ ତେଲ, ଛତୁଆ, ବିସ୍କୁଟ, ତାରପଲିନ୍ ଆଦି ସାମଗ୍ରୀ ସମ୍ପୃକ୍ତ ଅଞ୍ଚଳର ୬୦ରୁ ଅଧିକ ପରିବାରକୁ ବଣ୍ଟନ କରାଯାଇଛି। ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଓ ଟିପିଏନଓଡ଼ିଏଲର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଟିପିଏନଓଡ଼ିଏଲର ଏଭଳି ମହତ୍ ପଦକ୍ଷେପକୁ ସେମାନେ ପ୍ରସଂଶା କରିଥିଲେ। ବାତ୍ୟା ପରବର୍ତ୍ତୀ ଯୁଦ୍ଧକାଳୀନ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ବିଡିଓ ଉଚ୍ଚ ପ୍ରସଂଶା କରିବା ସହ ସାଧୁବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦ୍ୱିଜଦାସ ବସାକ କହିଥିଲେ ଯେ, “ଟାଟା ଗ୍ରୁପ ସର୍ବଦା ଜରୁରୀକାଳିନ ସମୟରେ ଲୋକଙ୍କ ସହିତ ରହିବା ସହ ସମାଜର ଉନ୍ନତି ଦିଗରେ ତତ୍ପର ରହି ଆସିଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଜରୁରୀକାଳୀନ ସାମଗ୍ରୀ ବଣ୍ଟାଯିବା ସହ ମୌଳିକ ଚିକିତ୍ସା ସେବା ପାଇଁ ମୋବାଇଲ୍ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ସାମାଜିକ ସେବା କ୍ଷେତ୍ରରେ ଟିପିଏନଓଡିଏଲ୍ ସର୍ବଦା ଉଲ୍ଲେଖନୀୟ ଯୋଗଦାନ ଦେଇ ଆସିଥିବା ସେ ଦର୍ଶାଇଥିଲେ। ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us