Search
Close this search box.

ତେଜୁଛି ସାମ୍ୱାଦିକ ଓ ଉପଜିଲ୍ଲାପାଳ ବିବାଦ

0
SHARES
6
VIEWS

ତେଜୁଛି ସାମ୍ୱାଦିକ ଓ ଉପଜିଲ୍ଲାପାଳ ବିବାଦ,
ଗତ ୨୧.୧୦.୨୦୨୪ ରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସ୍ଥାନୀୟ ରାସ୍ତା ସମସ୍ୟା ନେଇ ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦେବା ପରେ ନୀଳଗିରି ର କିଛି ସାମ୍ବାଦିକ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଙ୍କ ପ୍ରତିକ୍ରିୟା ଆଣିବା ପାଇଁ ଯାଇଥିବା ବେଳେ ଉପଜିଲ୍ଲାପାଳ ମହୋଦୟା ସାମ୍ୱାଦିକ ଙ୍କୁ ଦୂର୍ବ୍ୟାହର କରିବା ସହ ଅସ୍ଵାଭାବିକ ପ୍ରତିକ୍ରିୟା ପ୍ରକାଶ କରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ, ଏହି ସମୟରେ କିଛି ବୈଦୁତିକ ଗଣମାଧ୍ୟମ ର ସାମ୍ବାଦିକ ଭିଡ଼ିଓ ଉତ୍ତୋଳନ କରୁଥିବାବେଳେ ନନ୍ଦିଘୋଷ ଟିଭି ର ନୀଳଗିରି ପ୍ରତିନିଧି ସୁକାନ୍ତ ଦାସ ଙ୍କ ମୋବାଇଲ୍ ଛଡ଼ାଇନେଇଥିଲେ। ଏଥି ସହିତ ଭିଡ଼ିଓ କୁ ଭାଇରାଲ କଲେ ସମସ୍ତଙ୍କ ନାମରେ ଏଭଳି ଦଫା ଲଗାଇବି ଯାହା ତୁମେ ସ୍ୱପ୍ନରେ ସୁଦ୍ଧା ଭାବିନଥିବ ବୋଲି ଧମକ ଦେଇଥିଲେ । ଉକ୍ତ ଘଟଣା ନୀଳଗିରି ଉପଖଣ୍ଡ ସମସ୍ତ ସାମ୍ୱାଦିକ ମାନଙ୍କୁ ମର୍ମାହତ କରିଥିବା ବେଳେ ଏ ନେଇ ବାଲେଶ୍ୱର ଜିଲ୍ଲାପାଳ ସହିତ ମୂଖ୍ୟମନ୍ତ୍ରୀ ମୂଖ୍ୟ ଶାସନ ସଚିବ, ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ଓଡ଼ିଶା ଙ୍କୁ ଅବଗତ କରାଯାଇଥିଲା,
ମାତ୍ର ୧୫ ଦିନରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ହେଁ ଉଚ୍ଚ କତୃପକ୍ଷ ଏହାର କୌଣସି ସମାଧାନର ପନ୍ଥା ବାହାର ନକରିବା ଫଳରେ ଆଶା ଆଶଙ୍କା ରେ ଥିବା ସାମ୍ବାଦିକ ଆଜି ସ୍ଥାନୀୟ ଲୋକସମ୍ପର୍କ କାର୍ଯ୍ୟାଳୟ ରେ ଏକ ବୈଠକର ଆହ୍ଵାନ କରିଥିଲେ
ବୈଠକର ସର୍ବସମ୍ମତି କ୍ରମେ ଉପଖଣ୍ଡ ସ୍ଥରର ସମସ୍ତ ସରକାରୀ କାର୍ଯ୍ୟକ୍ରମ କୁ ବର୍ଜନ କରିବା, ଜିଲ୍ଲାପାଳ ସାମ୍ବାଦିକ ମାନଙ୍କ ପ୍ରତି ସହାନୁଭୂତି ପୂର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ସରକାରୀ କାର୍ଯ୍ୟକ୍ରମ ରେ କଳାବ୍ୟାଚ ପରିଧାନ କରିବାକୁ ନିଷ୍ପତି ନିଆଯିବା ସହ ୧୫ ଦିନ ମଧ୍ୟମରେ ଘଟଣା ର ସ୍ଥାୟୀ ସମାଧାନ ନ କଲେ ଉପଖଣ୍ଡ ର ସମସ୍ତ ସାମ୍ବାଦିକ ଗଣତାନ୍ତ୍ରିକ ପଦ୍ଧତିରେ ନ୍ୟାୟ ପାଇଁ ଲଢେଇ କରିବେ। ଏ ନେଇ ବାଲେଶ୍ୱର ଜିଲ୍ଲାପାଳ ଙ୍କୁ ଏକ ସାମ୍ବାଦିକ ଗୋଷ୍ଟି ପ୍ରତିନିଧି ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।
ଏହି ବୈଠକରେ ଲୋକନାଥ ଦଲେଇ, ପ୍ରଫୁଲ୍ଲ ମହାନ୍ତି, ବିଭୂତିଭୂଷଣ ବେହେରା, ରାମଚନ୍ଦ୍ର ମୋହଲ, ଜଗନ୍ନାଥ ପାତ୍ର, ଖଗେନ୍ଦ୍ର ପ୍ରାମାଣିକ, ଶରତ ଦାସ, ପାର୍ଥ ସାରଥିଦାସ ବାବୁ, ସୁକାନ୍ତ ଦାସ, ପ୍ରଶାନ୍ତ କୁମାର ବିଶ୍ବାଳ, ଶରତ ଜେନା, ଧୀରେନ୍ଦ୍ର ନାୟକ, ଜଗନ୍ନାଥ ଦାସ, ଗଣେଶ ଜେନା, ସମରେନ୍ଦ୍ର ବାରିକ୍, ବିଶ୍ବମ୍ବର ଦାସ, ଦିଲୀପ ସ୍ୱାଇଁ ସତ୍ୟାନନ୍ଦ ପାତ୍ର, ବିଜୟ କୁମାର ଲେଙ୍କା, ପୁରସ୍ତମ ଦାସ, ପ୍ରିୟବ୍ରତ ବେହେରା, ରତିକାନ୍ତ ପରିଡ଼ା, ବିସ୍ମୟ ମଲିକ, ଚକ୍ରଧର ସିଂ, ପ୍ରମୁଖ ଉପସ୍ଥିତ ଥିଲେ ।ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us