Search
Close this search box.

ଗୁଡ଼ାରୀ ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଦୁଇ ଗିରଫ

0
SHARES
85
VIEWS

ଗୁଡାରି ପୋଲିସ ଦ୍ୱାରା ଗୁମୁଡା ଛକ ନିକଟରେ ଗତ ରବିବାର ସନ୍ଦ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜିଲ୍ଲାର କେନ୍ଦୁଗୁଡା ଅଞ୍ଚଳରୁ ୟୁପି ନେବା ସମୟରେ ୨୦ କି.ଗ୍ରା. ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ଗୋଟି ଓ.ଡି- ୨୦-୬୭୧୩ ନମ୍ବର ବିଶିଷ୍ଟ ମୋଟର ସାଇକେଲ, ୨ ଗୋଟି ମୋବାଇଲ ଫୋନ ଓ ନଗଦ ୬୦୦ ଟଙ୍କା ଜବତ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗିରଫ ଦୁଇ ଜଣ ବ୍ୟକ୍ତିଙ୍କୁ ଆଜି ଗୁଡ଼ାରୀ ଥାନା କେସ ନମ୍ବର ୧୧୮/୨୪ ଏନ.ଡି.ପି.ଏସ.ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତ ଦ୍ୱୟ ଉତ୍ତର ପ୍ରଦେଶର ଧନଞ୍ଜୟ ଚୌଧୁରୀ ଓ ପଦ୍ମପୁର ଥାନା ଲିକିଟି ପଦର ଗ୍ରାମର କେଶବ ଗମାଙ୍ଗ ବୋଲି ଗୁଡ଼ାରୀ ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ କାରି ଅଧିକାରୀ ଭାବେ ସବ-ଇନିସ୍ପେକ୍ଟର ସୁଲୋଚନା ବେହେରା ନିୟୋଜିତ ରହି ତଦନ୍ତ ଜାରି ରଖିଛନ୍ତି।ରିପୋର୍ଟ :ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଂଘର୍ଷ ଟିଭି.

    Related News

    Follow Us