Search
Close this search box.

୪୫ତମ କୁମାର ଉତ୍ସବ ଉଦଯାପିତ ରେମୋ ଘୋଷ ଏବଂ ଐଶର୍ଯ୍ୟା ପଣ୍ଡିତଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

0
SHARES
0
VIEWS

ଶ୍ରୀକ୍ଷେତ୍ର ଯୁବ ସଂସ୍କୃତିକ ସଂସଦ ଆନୁକୂଲ୍ୟରେ ଦୁଇଦିନ ଧରି ହୋଟେଲ ଫୋର୍ଟ ମହୋଦଧୂ ସମ୍ମୁଖ ବେଳାଭୂମି ଠାରେ ଆୟୋଜିତ ହୋଇଥିବା ୪୫ତମ କୁମାର ଉତ୍ସବ ଗୁରୁବାର ସଂଧ୍ୟାରେ ଉଦ‌ଯାପିତ ହୋଇଯାଇଛି । ଉଦ‌ଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ହିନ୍ଦୀ ଚଳଚିତ୍ର ଜଗତର ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ରେମୋ ଘୋଷ୍ ଏବଂ ଐଶ୍ଚର୍ଯ୍ୟା ପଣ୍ଡିତ୍ ଙ୍କ ସଙ୍ଗୀତ ପରିବେଷଣ । ଅନୁଷ୍ଠାନର ସଭାପତି ରଜନୀକାନ୍ତ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଦିବସରେ ଅତିଥି ଭାବେ ବିଧାୟକ ସୁନିଲ କୁମାର ମହାନ୍ତି, ପୂର୍ବତ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପରିଚାଳନା ନିର୍ଦ୍ଦେଶକ, ନାଲକୋ ଶ୍ରୀଧର ପାତ୍ର, ଆଇଟିସି ଫରଚ୍ୟୁର୍ଣ୍ଣ ପରିଚାଳନା ମୁଖ୍ୟ ତାରିଣୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସଂପାଦକ ଆଲୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନେ ନିଜ ନିଜ ଅଭିଭାଷଣରେ ଦୀର୍ଘ ୪୫ ବର୍ଷ ଧରି ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର କଳା ସଂସ୍କୃତି ଐତିହ୍ୟକୁ ବଜାଇ ରଖିଥିବାରୁ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଦୀୟା ବର୍ମାଙ୍କୁ ଲିଟିଲ୍ ମିସ୍ ଓ ସଂକଳ୍ପ ପଣ୍ଡାଙ୍କୁ ଲିଟିଲ୍ ମାଷ୍ଟର ଭାବରେ ଉତ୍ତରୀୟ ସହ କ୍ରାଉନ୍ ପ୍ରଦାନ କରାଯାଇଥିଲା । ସେହିପରି ମନୋଜ କୁମାର ସାହୁଙ୍କୁ ଭଏସ୍ ଅଫ କୁମାର ଉତ୍ସବ ୨୦୨୪ ପ୍ରଦାନ କରାଯାଇଥିଲା । ପରେ ପରେ ଓଡିଶା ସଂସ୍କୃତି ବିଭାଗ ଦ୍ଵାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରିଶେଷରେ ବଲିଉଡ୍‌ର ପ୍ରଚ୍ଛଦପଟ୍ଟ ନବାଗତ କଣ୍ଠଶିଳ୍ପୀ ରେମୋ ଘୋଷ ଏବଂ ଐଶର୍ଯ୍ୟା ପଣ୍ଡିତଙ୍କ ଦ୍ୱାରା ହିନ୍ଦୀ ଚଳଚିତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ବଲିଉଡ୍ ନାଇଟ୍ ଅନୁଷ୍ଠିତ ହୋଇଥିଲା। ପୁରାତନ ଓ ନୂତନ ହିନ୍ଦୀ ସଙ୍ଗୀତର ତାଳେ ତାଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ଝୁମିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମିସ୍ ମାନସୀ ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ ସଭ୍ୟ ସନ୍ତୋଷ ଶତପଥି, ଅରବିନ୍ଦ ଖୁଣ୍ଟିଆ, ପ୍ରଦୀପ୍ତ କୁମାର ମିଶ୍ର, ଭକ୍ତ ଚରଣ ଦାସ, ବିରେନ୍ଦ୍ର ନାରାୟଣ ଗୋଛିକାର, ବିଜୟ କୁମାର ଆପଟ୍ଟ, ଜିତେନ୍ଦ୍ର ଦାସମହାପାତ୍ର, ହରେକୃଷ୍ଣ ମିଶ୍ର, ଲକ୍ଷ୍ମୀନାରାୟଣ ପଣ୍ଡା, ବସୁଦେବ ଦାସ, ନାରାୟଣ ଗୋଛିକାର, ସଦାସିବ ନାୟକ, ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ଦୋଳଗୋବିନ୍ଦ ମହାନ୍ତି, ରଜନୀକାନ୍ତ ମିଶ୍ର, ଅଶୋକ କୁମାର ପାତ୍ର, ଅମିତ ଗୁର୍ଟାଜୀ, ଓ ସରସ୍ବତୀ ଦାସଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ ପ୍ରଦାନ କରିଥିଲେ ।

    Related News

    Follow Us