୪ଦିନିଆ ହରିୟାଣା ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହୋଇଥିଲା । କିନ୍ତୁ ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବୁକିଂ ହୋଇଥିଲା ସ୍ୱତନ୍ତ୍ର ବିମାନ । ଯାହାର ଦିନକୁ ଭଡା ୯୧ଲକ୍ଷ ୨୨ହଜାର ଟଙ୍କା ଥିଲା । ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ୍-୨୦୦ରେ ମୁଖମନ୍ତ୍ରୀ ଯିବା ପାଇଁ ବିଚାର କରାଯାଇଥିଲା । ଯାହାର ଭଡା ଥିଲା ୭୮ ଲକ୍ଷ ୫୫ ହଜାର ଟଙ୍କା । ଦୁଇଟି ଯାକ ସ୍ୱତନ୍ତ୍ର ବିମାନର ଭଡା ବହୁତ ଅଧିକ ଥିବାରୁ ସରକାରୀ ଅର୍ଥ ବଞ୍ଚେଇବା ପାଇଁ ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନକରି ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ