ସରକାରୀସ୍ତରରେ ପନି ପରିବା ଦର ନିୟନ୍ତ୍ରଣ ଦାବି
ଗଞ୍ଜାମ:ଆସିକା-୧୫/୧୦/୨୪(ନି.ପ୍ର): ଖାଉଟି ମୁଣ୍ଡରେ ପଡ଼ିଛି ଚଡ଼କ । ଗରିବ ଓ ମଧ୍ୟବିତ୍ତଙ୍କ ଅବସ୍ଥା କହିଲେ ନସରେ। ପରିବା ବଜାରକୁ ଯିବାକୁ ଲାଗୁଛି ଭୟ ।ଚଳିତ ବର୍ଷ ପ୍ରବଳ ଖରା ଏବଂ ଅନିୟମିତ ବର୍ଷା ଯୋଗୁଁ ଦେଖା ଦେଇଛି ଜଳ ସଙ୍କଟ ।ଯାହାର ସିଧା ସଳଖ ପ୍ରଭାବ ପରିବା ଚାଷ ଉପରେ ପଡିଛି।ପରିବର୍ତ୍ତିତ ଜଳ ବାୟୁରେ ପରିବା ଅମଳ ବାଧାପ୍ରାପ୍ତହେବା ସହ ଏହାର ଦରଦାମ୍ରେ ନିଆଁ ଲାଗି ଯାଇଛି ।ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକେ ନିଜର ସୀମିତ ଆୟରେ କଣ କିଣି ଖାଇବେ ଚିନ୍ତାରେପଡିଛନ୍ତି । ସେମାନଙ୍କ ପକ୍ଷେ ଦୈନିକ ରୋଷେଇ ଘରକୁ ପରିବା କେଜିଏ ଆଣିବା କାଠିକର ପାଠ ହୋଇପଡିଛି । ସମଗ୍ର ରାଜ୍ୟରେ ପରିବା ଦରବୃଦ୍ଧି ହା ହା କାର ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବଗଞ୍ଜାମ ର ଏବଂ ଆଖପାଖ ବଜାର ଉପରେ ମଧ୍ୟ ପଡ଼ିଛି । ଗଞ୍ଜାମ ଆସିକା ବଜାରରେ ଆଳୁ କିଲୋ ୩୫ରୁ୪୦ଟଙ୍କା,ପିଆଜ କିଲୋ ୬୦ ଟଙ୍କା, ରସୁଣ କିଲୋ ୩୦୦ ଟଙ୍କା, କନ୍ଦମୂଳ କିଲୋ ୬୦ ଟଙ୍କା, କୁନ୍ଦୁରି କିଲୋ ୫୦ ଟଙ୍କା, ଝୁଲଣ କିଲୋ ୫୦ ଟଙ୍କା, ଜହ୍ନି କିଲୋ ୪୦ ଟଙ୍କା, କାକୁଡ଼ି କିଲୋ ୪୦ ଟଙ୍କା, ସାରୁ କିଲୋ ୫୦ ଟଙ୍କା, ବିନ୍ଧି କିଲୋ। ୧୦୦ଟଙ୍କା,କଞ୍ଚା କଦଳୀ ୫୦ ଟଙ୍କା,କଞ୍ଚା ଲଙ୍କା କିଲୋ ୧୪୦ ଟଙ୍କା, ସିମଳା କିଲୋ ୧୦୦ ଟଙ୍କା, ଗାଜର କିଲୋ ୭୦ ଟଙ୍କା, ବିଟ୍ କିଲୋ ୮୦ ଟଙ୍କା, କଲରା ପ୍ରତିଦିନକିଲୋ ୪୦ ଟଙ୍କା, ବାଇଗଣ କିଲୋ ପ୍ରତି ୭୦ ଟଙ୍କା, ଭେଣ୍ଡି କିଲୋ ୪୦ ଟଙ୍କା,ଟମାଟୋ ୮୦ ଟଙ୍କା, ଫୁଲକୋବି୧୦୦ ଟଙ୍କା, ବନ୍ଧା କୋବି କିଲୋ ୫୦ ଟଙ୍କା, ଦେଶୀ ଆଳୁ ୮୦ ଟଙ୍କା,କାଙ୍କଡ଼ ୧୦୦ ଟଙ୍କା, କଟକି ପୋଟଳ ୮୦ଟଙ୍କା,ବୋଇତାଳୁ ୪୦ ଟଙ୍କା,ଅଦା ୮୦ ଟଙ୍କା,ଗୁହାଁର ୬୦ ଟଙ୍କା,ଶିମ୍ବ କିଲୋ ୧୦୦ ଟଙ୍କା, ଲେମ୍ବୁ ଗୋଟିକୁ ୫ଟଙ୍କା ରହିଛି ।ଗତ ସପ୍ତାହ ଠାରୁ ଚଳିତ ସପ୍ତାହରେ ଅଧିକାଂଶ ପନିପରିବା ଦରରେ ୧୫ ରୁ ୨୦ ଟଙ୍କା ବୃଦ୍ଧି ପାଇଛି । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଆଗାମୀଦିନରେ ପନିପରିବା ଦର କମିବାର ସମ୍ଭାବନା କ୍ଷୀଣ ଥିବା ବେଳେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରୀସ୍ତରରେ ପନିପରିବା ଦର ନିୟନ୍ତ୍ରଣ ପାଇଁ ଦାବି ହୋଇଛି ।