ଭୁବନେଶ୍ୱର ୧୪/୧୦: ସରିଛି ଶାରଦୀୟ ଦୁର୍ଗା ପୂଜା । ଧରାପୃଷ୍ଠରେ ଅବତରଣ କରି ପାପର ସଂହାର କରିଥିଲେ ମା ଦୁର୍ଗେ ଦୁର୍ଗତୀ ନାଶିନୀ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ ଲୁହ । ଚାଲି ଯାଉଛନ୍ତି ମାଆ । ପୁଣି ବର୍ଷେ ଆପେକ୍ଷା । ମାଆ ଆସିବେ ପୁଣି ଆର ବରଷକୁ ।ସୋମବାର ସକାଳୁ କଟକରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହୋଇଛନ୍ତି । ମାଆଙ୍କ ଭସାଣି ପାଇଁ କଟକ ଦେବୀଗଡ଼ାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। ରାତି ସୁଦ୍ଧା ଏଠାରେ ପ୍ରାୟ ସବୁ ମେଢ଼ ଭସାଣ ହେବ । ପାଗ ସୁଖିଲା ହେତୁ କଟକ ସହରରେ ଭସାଣ ଶୋଭାଯାତ୍ରା ଉତ୍ସବ ବେଶ୍ ଜମିବ ବୋଲି ଆଶା କରାଯାଉଛି । ପ୍ରବଳ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଭସାଣ ଶୋଭାଯାତ୍ରାରେ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ବି ଲାଗିଛି, ଭୁବନେଶ୍ୱର ରୁ ଶିବକେତନ ମହାନ୍ତି ଙ୍କ ରିପୋର୍ଟ