ଯୋଡ଼ା, ଅକ୍ଟୋବର ୦୪/୧୦(ସଂଘର୍ଷ ଭ୍ରମେ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ ଯୋଡା ଇଷ୍ଟ ଖଣି ଏବଂ ଖଣ୍ଡବନ୍ଧ ଖଣି ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ‘ସ୍ଵଭାଵ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏଥିରେ ସ୍ୱଚ୍ଛତା ଓ ପରିବେଶ ସଚେତନତାର ପ୍ରସାର କରିବା ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ପ୍ରସାର ଲକ୍ଷ୍ୟରେ ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନ ସହ ଅନୁବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ନିଜ ଆଖପାଖ ଅଂଚଳକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ନେଇଥିଲେ । ସବୁଜ ଓ ସ୍ୱଚ୍ଛ ପରିବେଶ ପାଇଁ ‘ଏକ ପେଡ୍ ମାଆ କେ ନାମ’ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ସେହିପରି, ସଫେଇ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ମେଗା ସ୍ୱାସ୍ଥ୍ୟ ଶିବିର, ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଲୋଗାନ ଲିଖନ, ପୋଷ୍ଟର ପ୍ରସ୍ତୁତି ଓ ବକ୍ତୃତା ପ୍ରତିଯୋଗିତା ର ମଧ୍ୟ ଆୟୋଜନ କରାଯିବ ସହ ସେମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା ।ଏଥିସହ, ସ୍ଥାନୀୟ ଅଂଚଳରେ ସୁସ୍ଥ ପରିବେଶ ଓ ସ୍ୱଚ୍ଛତା ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ସଫେଇ କର୍ମୀମାନଙ୍କୁ ନିଜସ୍ଵ ସୁରକ୍ଷା ଉପକରଣ (ପିପିଇ) କିଟ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗୀତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ସୃଜନଶୀଳତା ପାଇଁ ପୁରସ୍କୃତ କରାଯାଇଥିଲା । ,ଉଭୟ କର୍ମକ୍ଷେତ୍ର ଓ ଆଖପାଖ ଅଂଚଳକୁ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଭାବେ ସମୃଦ୍ଧ କରିବା ଲାଗି ଟାଟା ଷ୍ଟିଲ୍ର ପ୍ରତିବଦ୍ଧତାକୁ ଖଣ୍ଡବନ୍ଧ ଆଇରନ ଆଣ୍ଡ ମାଙ୍ଗାନିଜ ମାଇନ୍ ପକ୍ଷରୁ ଆୟୋଜିତ ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନ ପ୍ରମାଣିତ କରୁଛି I