କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ ଭାରତୀୟ ଖଣିଜ ଶିଳ୍ପ ମହାସଂଘ (ଫିମି) ପକ୍ଷରୁ ନୂଆଦିଲ୍ଲୀରେ ବୁଧବାର ଆୟୋଜିତ ଏକ ଭବ୍ୟ ସମାରୋହରେ ଟାଟା ଷ୍ଟିଲ୍ର ଖଣ୍ଡବନ୍ଧ ଲୌହ ଖଣି କୁ ‘ଏକ୍ସଲେନ୍ସ ଇନ୍ ମାଇନ’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଭି ଏଲ୍ କାନ୍ତାରାଓ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କମ୍ପାନି ତରଫରୁ ଟାଟା ଷ୍ଟିଲ୍ ଖଣ୍ଡବନ୍ଧ ଲୌହ ଖଣି ର ଚିଫ ଜି ଭି ସତ୍ୟନାରାୟଣ, କର୍ପୋରେଟ ଆଫେୟାର ଚିଫ ମନିଷ ମିଶ୍ର, ଚିଫ ମାଇନ୍ ପ୍ଲାନିଂ ଅବନୀଶ କୁମାର, ଖଣି ପରିଚାଳନା ଏରିଆ ମ୍ୟାନେଜର ଅଭିଷେକ ସିଂହ ଓ ଖଣ୍ଡବନ୍ଧ ଲୌହ ଖଣି ମଜଦୁର ସଂଘର ସଭାପତି ଏସ ବି ଷଣ୍ଢ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅତ୍ୟାଧୁନିକ ପ୍ରଯୁକ୍ତି ଓ ଶ୍ରେଷ୍ଠ ଖଣି ଅଭ୍ୟାସ କାର୍ଯ୍ୟକାରୀ କରିବାରେ ଖଣ୍ଡବନ୍ଧ ଖଣି ଶିଳ୍ପରେ ଅଗ୍ରଣୀ ରହିଛି। ପ୍ରଦର୍ଶନରେ ଉତ୍ତମ ମାନଦଣ୍ଡ ହାସଲ କରିବା ଲାଗି ଖଣି ପକ୍ଷରୁ ଉନ୍ନତ ଖଣି ସଫ୍ଟୱେର, ଡ୍ରୋନ୍ ପ୍ରଯୁକ୍ତି, ଫ୍ଲିଟ୍ ପରିଚାଳନା ବ୍ୟବସ୍ଥା, ରିମୋଟ୍-କଂଟ୍ରୋଲ୍ ଡ୍ରିଲ୍ ଓ ବାସ୍ତବ ସମୟ ଗୁଣାତ୍ମକ ମାନ ପରିଚାଳନା ବ୍ୟବସ୍ଥା ଆଦି ଉପଯୋଗ କରାଯାଇଛି। ଏହି ସମ୍ମାନଜନକ ପୁରସ୍କାର ସ୍ଥାୟୀ ଖଣି ଅଭ୍ୟାସ ପ୍ରତି ଟାଟା ଷ୍ଟିଲ୍ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।ଫିମି ଉତ୍କର୍ଷ ପୁରସ୍କାର ବ୍ୟବସାୟଗୁଡ଼ିକୁ ସେମାନଙ୍କ ପରିଚାଳନାରେ ଅର୍ଥନୈତିକ, ସାମାଜିକ ଓ ପରିବେଶ ସ୍ଥାୟିତ୍ୱ ସମନ୍ୱିତ କରିବାକୁ ଉତ୍ସାହିତ କରୁଛି। ଶ୍ରୀମତୀ ବାଲା ଗୁଲସନ୍ ଟଣ୍ଡନଙ୍କ ସ୍ମୃତିରେ କୋଲ୍ ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଶ୍ରୀ ଜି ଏଲ୍ ଟଣ୍ଡନ୨୦୦୪-୦୫ରେ ଏହି ପୁରସ୍କାର ସ୍ଥାପନ କରିଥିଲେ। ଏହି ପୁରସ୍କାର ବ୍ୟବସାୟରେ ଲାଭ ସହିତ ସାମାଜିକ ଓ ପରିବେଶ କଲ୍ୟାଣ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା ମଡେଲ୍କୁ ପ୍ରସାର କରୁଛି। ଦାୟିତ୍ୱବାନ ଖଣି ଓ ଗୋଷ୍ଠୀ ସହଯୋଗିତା ଉପରେ ଟାଟା ଷ୍ଟିଲ୍ର ଗୁରୁତ୍ୱ, ଶିଳ୍ପରେ ମାନଦଣ୍ଡ ନିର୍ଧାରଣ କରିଥିବା ବେଳେ ଦୀର୍ଘସ୍ଥାୟୀ ପ୍ରଭାବ ଓ ସକାରାତ୍ମକ ପରିବର୍ତ୍ତନ ପାଇଁ ଏହାର ଲକ୍ଷ୍ୟକୁ ସୁଦୃଢ କରୁଛି ।ସ୍ଥାନୀୟ ଅଂଶୀଦାରମାନଙ୍କ ସହ ସହଯୋଗିତାରେ ଦୀର୍ଘସ୍ଥାୟୀ ପ୍ରଭାବକୁ ସୁଦୃଢ଼ କରିବା ଲାଗି ଟାଟା ଷ୍ଟିଲ୍ର ଉଦ୍ୟମକୁ ଏହି ପୁରସ୍କାର ଦର୍ଶାଉଛି। ଦାୟିତ୍ୱବାନ ଖଣି ଅଭ୍ୟାସ ଓ ଆଖପାଖ ଲୋକଙ୍କ ଯୋଗଦାନକୁ ପ୍ରାଥମିକତା ଦେଇ ଟାଟା ଷ୍ଟିଲ୍ ଶିଳ୍ପରେ ଉତ୍କର୍ଷର ମାନଦଣ୍ଡ ନିର୍ଧାରଣ କରିବା ଜାରି ରଖିଛି।