ଆସିକା( ): ଗଞ୍ଜାମ ଜିଲ୍ଲା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ମନ୍ତବ୍ୟକୁ ବିରୋଧ
କରି ମେଳିବାନ୍ଧିଲେ ସରପଞ୍ଚ । ଗତ କିଛି ଦିନ ତଳେ ଆସିକା ବିଧାୟକ ସରୋଜ ପାଢୀ
ଭୁବନେଶ୍ଵରରେ ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଗତ ୨୪ ବର୍ଷର ବିଜେଡି
ସରକାର ଡିଣ୍ଡିମ ପିଟୁଥିଲେ ବିକାଶର କଥା । କିନ୍ତୁ କେବଳ ପିସି କାରବାର ମଧ୍ୟରେ ସୀମିତ
ରହି ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ମାଲେମାଲ ହୋଇଛନ୍ତି । ଏବେ ଯଦି ତଦନ୍ତ
ଚାଲିବ ଶହେରୁ ଶହେ ସରପଞ୍ଚ ଜେଲ ଯିବେ । ତାଙ୍କ ନିର୍ବାଚନ ମଣ୍ଡଳୀ ଆସିକା ବ୍ଲକ୍ର ୨୭
ପଞ୍ଚାୟତର ସରପଞ୍ଚମାନେ ଦୁର୍ନୀତିଗ୍ରସ୍ତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଯାହାକୁ ତ୍ରିବ
ବିରୋଧ କରି କାଳଷଣ୍ଢପୁର କାଳୀମନ୍ଦିରରେ ଆସିକା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଏକ ବୈଠକ
ଅନୁଷ୍ଠିତ ହୋଇଥିଲା । ଏଥୁରେ ବିଧାୟକ ସରୋଜ ପାଢ଼ୀ ବାଲି ମାଫିଆଙ୍କୁ ଧମକ ଦେଇ ଟଙ୍କା
ମାଗିବା ଅଡିଓ ଭାଇରାଲ ହେଉଥିବା ବେଳେ ବିଭିନ୍ନ ପଦାଧୁକାରୀ ଓ ଠିକାଦାରଙ୍କୁ ମଧ୍ୟ ବଟି
ମଗୁଥୁବା ଶ୍ରୀ ପାଢ଼ୀ ନିଜେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେଇ କ୍ଷମା ମାଗିବାକୁ ଦାବି କରି
ଆଗାମୀ ଦିନରେ ଉକ୍ତ ଘଟଣାକୁ ବ୍ୟାପକ କରାଯିବା ସହ ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘ ବୈଠକ
ଡକାଯାଇ ବିରୋଧକୁ ତୀବ୍ରତର କରାଯିବ ବୋଲି ବୈଠକରେ ସର୍ବ ସମ୍ମତିରେ ପ୍ରକାଶ ପାଇଥିଲା