Search
Close this search box.

ଉପଖଣ୍ଡ ଚିକିତ୍ସାଳୟର ଅବ୍ୟବସ୍ଥା ଚାଲିଗଲା ଜଣେ ରୋଗୀର ଜୀବନ

0
SHARES
2
VIEWS

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଶୌଚାଳୟକୁ ଯିବା ସମୟରେ କେବୁଲ ତାରରେ ଛନ୍ଦି ହୋଇ ମୁକୁଳା ଡ୍ରେନର ସ୍ଲାବରେ ପିଟି ହୋଇ ଚାଲିଯାଇଛି ରୋଗୀଙ୍କ ଜୀବନ ।ସୂଚନା ମୁତାବକ ଅସୁସ୍ଥତା ପାଇଁ ପାଞ୍ଚ ଦିନ ପୂର୍ବରୁ ଆମ୍ବଝର ଗାଁ ର କରଣ ସିଂ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସମୟରେ ମେଡ଼ିକାଲ ୱାର୍ଡରେ ଶୌଚାଳୟ ଅପରିଷ୍କାର ଥିବାରୁ ମେଡ଼ିକାଲର ପରିସର ରେ ଥିବା ଅନ୍ୟ ଏକ ଶୌଚାଳୟକୁ ଯିବା ବେଳେ ଘଟିଥିଲା ଏଭଳି ଦୁର୍ଘଟଣା।ମେଡିକାଲ କତ୍ତୃପକ୍ଷଙ୍କ ଅବହେଳା,ଅସାବଧାନତା ଓ ହେୟଜ୍ଞାନ ପାଇଁ କେବୁଲ ତାର ଗୁଡିକ ଉପରେ ଯିବା ପରିବର୍ତ୍ତେ ତଳେ ଏଣେ ତେଣେ ବିଛେଇ ହୋଇ ପଡିଥିଲା।ଯେଉଁଥିରେ କରଣ ସିଂ ଛନ୍ଦି ହୋଇ ପାର୍ଶ୍ବରେ ଥିବା ମୁକୁଳା ଡ୍ରେନପେ ପିଟି ହୋଇ ଚେତାଶୂନ୍ୟ ହୋଇଯାଇଥିଲେ।ଅଧଘଣ୍ଟା ସେହିଠାରେ ପଡିବା ପରେ ସ୍ଥାନୀୟ କିଛି ରୋଗୀ ସହାୟକ ତାଙ୍କୁ ଚିକିତ୍ସା ପାଇଁ ଉଠାଇ ନେଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ଉପଖଣ୍ଡ ଚିକିତ୍ସାଳୟର କତ୍ତୃପକ୍ଷଙ୍କ ଅସାବଧାନତାରୁ ରୋଗୀଙ୍କ ଜୀବନ ଚାଲିଯାଇଛି।ଏ ନେଇ ଏସଡିଏମଓ ସରୋଜିନୀ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ କରାଯିବ ଭୁଲ ଥିଲେ ଦୃଢ କାର୍ଯ୍ୟାନୁ଼ଷ୍ଠାନ ନିଆଯିବ ବୋଲି କୁହାଯାଇଛି । ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି

    Related News

    Follow Us