ଆସିକା ୩୧/୦୮- ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଭାତରେ ସମୟରେ ରାମଧୂନ ପରିବେଷଣ କରାଯାଇଥିଲା ଏହାପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହାପରେ ଅଧକ୍ଷା ବିନେତା ସ୍ୱାଇଁ, ବରିଷ୍ଠ ସମାଜ ସେବୀ ସତ୍ୟନାରାୟଣ ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼ ଙ୍କ ଦ୍ୱାରା ମସଜିଦ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀ ଙ୍କପ୍ରତିମୂର୍ତ୍ତି,ଆସିକା କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି, ହରିହର ଉଚ୍ଚବିଦ୍ୟାଳୟ ଠାରେ ସ୍ଥାପିତ ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତି,ଆସିକା ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଆସିକା ତାଲୁକା ଛକ ସ୍ଥିତ ସହିଦ ଉମାକାନ୍ତ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାରିବା ପରେ ଆସିକା ବ୍ଲକ ସମ୍ମିଳନୀ କକ୍ଷରେ ଭାଚୁଆଲ ମାଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କର କମଳ ରେ ସ୍ୱୟଂ ଶାସିତ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଉନ୍ନତି ପାଇଁ ୩୦ ଟି ଜିଲ୍ଲା ରେ ୧୧୫୧ କୋଟି ଟଙ୍କା ର ୪୮୧ ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟର ସିଧାପ୍ରସାରଣ କାର୍ଯ୍ୟକ୍ରମ ରେଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ଉପାଧକ୍ଷା ଜୟନ୍ତୀ ବିଷୋୟୀ,କାଉନସିଲର ସରୋଜ ଭଞ୍ଜ, ରାଘବ ସିୟ ଙ୍କ ସମେତ ବହୁ କାଉନସିଲର ଯୋଗାଦେଇଥିଲେ l ସନ୍ଧ୍ୟା ସମୟରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏକ ସଭା କାର୍ଯ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼ ଙ୍କ ଅଧକ୍ଷତାରେ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥିଭାବେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଅନ୍ୟ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ବରିଷ୍ଠ ସମାଜ ସେବୀ ସତ୍ୟନାରାୟଣ ସ୍ୱାଇଁ, ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ବିଧାୟକ ପ୍ରତିନିଧି ସଂନ୍ଦୀପ କୁମାର ପାଢ଼ୀ ଉପସ୍ଥିତ ରହିଥିଲେ କବି ରତ୍ନାକର ସିୟ ମଞ୍ଚ ପରିଚାଳନା କରିଥିଲେ l ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ଅଧକ୍ଷା ନିଜ ବକ୍ତବ୍ୟରେ ଆସିକା ଅଞ୍ଚଳ ବାସୀଙ୍କ ସକାଶେ ଏକ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ପ୍ରଦାନ କରିବାକୁ ସଂକଳ୍ପ ବଦ୍ଧବୋଲି ଉଦବୋଧନ ଦେଇଥିଲେ l ଆଜିକାର ଏହି ଅବସରରେ ଅଧକ୍ଷା ଙ୍କ ନିଜସ୍ୱ ଖର୍ଚରୁ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ଅଙ୍କରଖି କୃତିତ୍ୱ ଅର୍ଜନ କରିଥିବା ୬ ଜଣ ଛାତ୍ର ଛାତ୍ରୀ ଙ୍କୁ ଜଣକୁ ୧୧ ହଜାର ଲେଖାଏଁ ମାଧୁରୀ ସ୍ୱାଇଁ ଛାତ୍ର ବୃତ୍ତି ରେ ପୁରସ୍କୃତ କରାଯାଇଥିଲା ତତ ସହିତ ଯୁକ୍ତ ଦୁଇ ର କୃତି ଛାତ୍ର ଛାତ୍ରୀ, ଆସିକା ଥାନା, ଜଙ୍ଗଲ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ପରିମଳ ବିଭାଗ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା l ୱାର୍ଡ ନମ୍ବର ୧୬କାଉନସିଲର ରାଘବସିଅଙ୍କୁ ପ୍ରକୃତି ପ୍ରେମୀ ଭାବେ ସମ୍ମାନିତ କରାଯାଇଥିଲା l ପରିଶେଷରେ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା