ଆସ୍କା ୨୮/୦୮/୨୦୨୪ ଆସିକା କଳିଙ୍ଗ ରୋଡ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ଧସେଇ ପଶି (ଗୁଣ୍ଡା ରାଜ) ବୟୋଜ୍ୟେଷ୍ଠ ଙ୍କୁ ମାରପିଟ୍ ତତ୍ ସହିତ ଟେବୁଲ୍ ଚେୟାର ଭଙ୍ଗାରୁଜା କରିଥିଲେ ଏହାଏକ ନିନ୍ଦନୀୟ ଘଟଣା। ଏହି ସମାଜ ତା’ର ସଙ୍ଗଠନ ର ୧୦୦ ବର୍ଷ ପୂର୍ତ୍ତି କରିଛି ଏଭଳି ନିନ୍ଦନୀୟ ଘଟଣା କେବେ ହୋଇନଥିଲା। ଏମାନଙ୍କ ବାରମ୍ବାର ବିଶୃଙ୍ଖଳା କୁ ନଜରରେ ରଖି କିଛି କୂଳପ୍ରେମି ବୁଦ୍ଧି ଜିବି ଓ ଆଇନଜୀବୀ ସମ୍ବିଧାନ ଉପବିଧି ଧାରା ନୁସାରେ ଏକ ସଚେତକ ମଣ୍ଡଳି ଗଠନ କରିଲେ। ସ୍ବର୍ଗତ ହରିହର ସ୍ବାଇଁ ଙ୍କ ଅମଳରେ ଏଭଳି ବିଶୃଙ୍ଖଳା ତିଆରି ହୋଇଥିଲା (ମାରପିଟ୍ ଭଙ୍ଗାରୁଜା ନଥିଲା) ।ସେହିସମୟରେ ଶ୍ରୀ ହରିହର ସ୍ବାଇଁ ଙ୍କ ସଭାପତିତ୍ବ ରେ ସଚେତକ ମଣ୍ଡଳି ଗଠନ କରାଯାଇ ସାଧାରଣ ରେ ନିର୍ବାଚନ ହୋଇଥିଲା।୨୦୨୪ ନିର୍ବାଚନ ରେ ଅନିୟମିତତା କରି ପୂର୍ବତନ କୂଳାଧିପତି ନିଜେ ବୁଲି ବୁଲି ପଲ୍ଲୀ ଠୁ ମଣ୍ଡଳ ପର୍ଯ୍ୟନ୍ତ ନିର୍ବାଚନ କଲେ କାରଣ ନିଜ ଲୋକଙ୍କୁ ନିର୍ବାଚିତ କଲେ ସେମାନେ ପୁନର୍ବାର ତାଙ୍କୁ ଭୋଟ ଦେଲେ ସେ ପୁଣି କୂଳାଧିପତି ରହିବା ତାଙ୍କରି ମୂଖ୍ୟ ଉଦେଶ୍ୟ ଥିଲା।୦୬/୦୮/୨୦୨୪ ରେ ସଚେତକ ମଣ୍ଡଳି ଓ ସର୍ବ ସାଧାରଣ ( ଜନତାଙ୍କୁ ନେଇ) ରେ ନିର୍ବାଚନ ଅଧିକାରୀ ଚୟନ କରି କୂଳାଧିପତି ଓ ଅନ୍ୟାନ୍ୟ କର୍ମ କର୍ତ୍ତା ନିର୍ବାଚିତ କରାଇଲେ। ପ୍ରେସ ବିବୃତିରେ ଜଣାଇଲେ କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଓ ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ – କିଛି ଦୁବୃର୍ତ୍ତ କୁ ସାଙ୍ଗରେ ନେଇ ପୂର୍ବତନ କୂଳାଧିପତି ପ୍ରହଲ୍ଲାଦ ଲେଙ୍କା କେନ୍ଦ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ଧସେଇ ପଶି ଗୁଣ୍ଡା ରାଜ ଆରମ୍ଭ କରି ବୟୋଜ୍ୟେଷ୍ଠ ଙ୍କୁ ମାରପିଟ୍ ତତ୍ ସହିତ ଭଙ୍ଗାରୁଜା କରିଲେ ଚେୟାର ଟେବୁଲ୍। ଉକ୍ତ ବୈଠକରେ ଗଞ୍ଜାମ ଏସ. ପି., ପୁରୁଷୋତ୍ତମପୁର ଏସ. ଡି.ପିଓ ଓ କବିସୂର୍ଯ୍ୟନଗର ଆଇ ଆଇ ସି ଯୋଗ ଦେବାର ଥିଲା ଏକ ପାରିବାରିକ ସମାସ୍ୟା କୁ ନେଇ କିନ୍ତୁ କୁ ଚକ୍ରି ଗୋଷ୍ଠୀ କେନ୍ଦ୍ରୀୟ କାର୍ଯ୍ୟ କାରିଣୀ ବୈଠକ କୁ ଭଙ୍ଗ ନଷ୍ଟ କରିବା ଓ ପୁନଃ ସଭାପତି ହାତେଇବା ସକାଶେ ଏଭଳି ନିନ୍ଦନୀୟ କାର୍ଯ୍ୟ କଳାପ କରିଲେ ଯାହାକି ବୁଦ୍ଧି ଜିବି ମହଲରେ କ୍ଷୋଭ ପ୍ରକାଶ ପାଇଛି। ବରିଷ୍ଠ ଆଇନଜୀବୀ ଓ ବରିଷ୍ଠ ବୁଦ୍ଧି ଜିବି ମାନେ ମତପ୍ରକାଶ କରିଛନ୍ତି ଅତି ଶୀଘ୍ର ସାଧାରଣ ବୈଠକ ଡ଼କାଇ ଯେଉଁ ମାନେ ବିଶୃଙ୍ଖଳା କରିଛନ୍ତିି ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଉ (ପ୍ରକାଶ ଥାଉକି ସେମାନେ କୂଳରେ ସାମାଜିକ ଚଳଣିରେ ରହିବେ କିନ୍ତୁ କୈାଣସି ପଦ ପଦବୀ ରେ ରହି ପାରିବେ ନାହିଁ) ଏହି ମନ୍ତବ୍ୟ ବରିଷ୍ଠ ଆଇନଜୀବୀ ଓ ବହୁ ବୁଦ୍ଧି ଜିବି ଏବଂ ନବ ନିର୍ବାଚିତ କୂଳାଧିପତି ଓ ସାଧାରଣ ସଂପାଦକ ତଥା ସଚେତକ ସଂଯୋଜକ।