Search
Close this search box.

ଶାନ୍ତି ଶକ୍ତି ଭଵନରେ ଦାଦି ପ୍ରକାଶମଣିଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

0
SHARES
0
VIEWS

ଆସିକା-୨୫/୮/୨୪ଆଜି ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଦ୍ଵିତୀୟ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣି ଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l

ଏହି ଅବସରରେ ଶାନ୍ତି ଶକ୍ତି ଭଵନରେ ଆୟୋଜିତ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ ରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦାଦି ପ୍ରକାଶମଣିଙ୍କ ସ୍ମୃତି ଚାରଣ କରିବl ଅବସରରେ ପ୍ରକାଶ କରିଥିଲେ ଯେ ଦାଦି ପ୍ରକାଶମଣି ପରମାତ୍ମା ଶିବପିତାଙ୍କ ଏକ ବିଶ୍ଵ ଏକ ପରିବାର ସନ୍ଦେଶକୁ ବିଶ୍ଵ ବିଖ୍ଯାତ ଆଧ୍ଯାତ୍ମିକ କ୍ରାନ୍ତି ରେ ପରିଣତ କରିଥିଲେ l ବିଶ୍ଵ ବାସୀଙ୍କୁ ପରମାତ୍ମ ସ୍ନେହ ଓ ସଦ୍ଭାବନା ର ମହାମନ୍ତ୍ର ବିତରଣ କରିବା ଉଦ୍ଦେଶ୍ୟରେ ସାରା ବିଶ୍ଵର ଶତାଧିକ ରାଷ୍ଟ୍ରନୀତିଜ୍ଞ, କୂଟନୀତିଜ୍ଞ , ବିଭିନ୍ନ ଧର୍ମଗୁରୁ, ଶଙ୍କରାଚାର୍ଯ୍ୟ, ଦାଦିଙ୍କ ଦ୍ଵାରା ଏଭଳି ପ୍ରଭାବିତ ହୋଇ ଥିଲେ ଯେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ବିଶ୍ୱରେ ଶାନ୍ତି ଓ ମୈତ୍ରୀ ସ୍ଥାପନ ହେତୁ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ଵାରା ଲଗାତାର ଛଅ ଥର ଶାନ୍ତି ଦୂତ ପୁରସ୍କାର ପ୍ରାପ୍ତ କରିବାରେ ଏକ ମାତ୍ର ଆଧ୍ଯାତ୍ମିକ ସ୍ଵେଚ୍ଛାସେବୀ ସଂଗଠନ ରୂପେ ଯେଉଁ ବିରଳ କୃତିତ୍ଵ ଲାଭ କରିଛି ତାହା ବିଶ୍ଵ ଇତିହାସ ରେ ସ୍ଵର୍ଣ୍ଣlକ୍ଷରରେ ଲିପିବଦ୍ଧ ହୋଇ ରହିବ ଏବଂ ଏହି କାରଣରୁ ଦାଦିଙ୍କ ଅବ୍ୟକ୍ତ ସ୍ମୃତି ଦିବସକୁ ବିଶ୍ଵ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି l

ଆସିକା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆଗାଁ ଟି ପି ଏସ ଓ ଡି ଏଲ୍ ଗ୍ରୀଡର ନିର୍ବାହୀ ଯନ୍ତ୍ରୀ ଜୀତେନ୍ଦ୍ର ସିଂ, ବିଜୁ ପଟ୍ଟନାୟକ ଇଂଲିଶ ମିଡିୟମ ସ୍କୁଲ ଶେରଗଡର ଚେୟାରମ୍ଯାନ ଗୌର ହରି ବିଶୋୟୀ,ଶେରଗଡ଼ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟ୍ରି ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ଓ ମନପ୍ରୀତ କୌର୍ ଯୋଗଦେଇ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସହଜ ରାଜ ଯୋଗ ଶିକ୍ଷା ମାନସିକ ଅବସାଦ ଦୂର କରିବା ସହିତ କର୍ମରେ କୁଶଳତା ତଥା ପରିବାର ଓ ସମାଜରେ ପାରସ୍ପରିକ ସମ୍ପର୍କରେ ଏକତା, ସମରସତା ଓ ସହିଷ୍ଣୁତା ଆଦି ଗୁଣର ବିକାଶ ରେ ସହାୟକ ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ l

କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି ଦାଦି ପ୍ରକାଶ ମଣିଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l କବିସୂର୍ଯ୍ୟ ନଗର ଉପ ସେବା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ସୁଜ୍ଞାନୀ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ଲଡୁ କିଶୋର ଧନ୍ୟ ବାଦ ଅର୍ପଣ କରିଥିଲେ l ସୁଶ୍ରୀ ଭୂମିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l

    Related News

    Follow Us