Search
Close this search box.

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର

0
SHARES
6
VIEWS

ବାଳକାଟି: -ବାଲିଅନ୍ତା ପ୍ରେସକ୍ଲବ କମିସନରେଟ ପୁଲିସ ଓ ରୋଟାରି ରୟାଲ ମିଳିତ ସହଭାଗିତାରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରକ୍ତଦାନ ଶିବିର ହୋଇଯାଇଛି। ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତିଭୂଷଣ କର, ଡେପୁଟି କମାଣ୍ଡାଣ୍ଡ ଅଫ ପୁଲିସ୍ ଲଳିତେନ୍ଦୁ ମହାନ୍ତି, ମାର୍କଫେଡ଼ ଅଧ୍ୟକ୍ଷା ସୁଶ୍ରୀ କବିତା ମଞ୍ଜରୀ ପରିଡ଼ା, ପ୍ରତ୍ଯେକ ବର୍ଷ ୨ଥର ଯଥା ସ୍ବାଧୀନତା ଦୀବସ ଏବଂ ସାଧରଣତ୍ରଃ ଦିବସରେ
ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥାଏ |ଠିକ୍ ସେହିପରି ଏଥର ସ୍ବାଧିନତା ଦିବସରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା ତନ୍ମୟ ତ୍ରିପାଠୀ | ଏହିରକ୍ତ ଦାନରେ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ କହିଥିଲେ ଯେ ବିଶ୍ୱ ରକ୍ତଦାନ ଦିବସ ପ୍ରତିବର୍ଷ ଜୁନ ୧୪ ତାରିଖରେ ପାଳିତ ହୁଏ ।୨୦୦୪ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଦିନକୁ ରକ୍ତଦାନ ଦିବସ ରୂପେ ଘୋଷଣା କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତ ଦାନର ଆବଶ୍ୟକତା ବିଷୟରେ ସଚେତନତା ସହ ପ୍ରୋତ୍ସାହନ ସୃଷ୍ଟି କରିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ରକ୍ତଦାନ ଦିବସ ଅନ୍ୟତମ । ଅନ୍ୟ ସାତୋଟି ହେଲା, ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ଟୀକାକରଣ ସପ୍ତାହ,ବିଶ୍ୱ କ୍ଷୟରୋଗ ଦିବସ,ବିଶ୍ୱ ତମାଖୁ ଦିବସ,ବିଶ୍ୱ ହେପାଟାଇଟିସ ଦିବସ,ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡସ୍ ଦିବସ । ତାପରେପରେ ନିଜେ ଡକ୍ଟର ତନ୍ମୟ ତ୍ରିପାଠି ରକ୍ତଦାନ କରିଥିଲେ | ରକ୍ତଦାନର ଆବଶ୍ୟକତା ଟ୍ରାନସ୍‌ଫ୍ୟୁଜନ ପ୍ରଣାଳୀରେ ରକ୍ତଦାନଦ୍ୱାରା ଜୀବନ ନାଶକାରୀ ଅନେକ ରୋଗରୁ ଲୋକଙ୍କୁ ରକ୍ଷା କରାଯାଇପାରୁଛି । ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ରକ୍ତର ଆବଶ୍ୟକତା ରହିଛି ଏବଂ ଏହି ରକ୍ତ ଅଭାବରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ । ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହୁଏ । ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀରର ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ ବ୍ଳଡ ବ୍ୟାଙ୍କମାନ ପ୍ରତିଷ୍ଠା କରାଯାଇ ରକ୍ତ ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି । ମୋଟ ୫୮ ଜଣ ରକ୍ତଦାତା ରକ୍ତ ଦେଇଥିଲେ |

    Related News

    Follow Us