ଯୋଡ଼ା ( ସଂଘର୍ଷ ରମେଶ)୧୭/୦୮ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ବିଲ ତହସିଲ ଅନ୍ତର୍ଗତ ବେଲକୁଣ୍ଡି ଲୌହ ଓ ମାଙ୍ଗାନିଜ ଖଣିରୁ ଖଣିଜ ଉତ୍ପାଦନ ନିମନ୍ତେ ଓଡିଶା ମାଇନିଂ ଡେଭଲପମେଣ୍ଟ କମ୍ପାନୀ ପକ୍ଷରୁ ଆଜି ସକାଳ ୧୧ ଘଟିକା ସମୟରେ ଜନ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଜନ ସୁନାନୀରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ଖଣିରୁ ବାର୍ଷିକ ୧୮ ଲକ୍ଷ ଟନ ଲୌହ ପଥର ଓ ୩ ଲକ୍ଷ ଟନ ମାଙ୍ଗାନିଜ ଉତ୍ପାଦନ ନିମନ୍ତେ ଏକ ପରିବେସିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣୀ ରେ ଆଖପାଖ ଅଂଚଳ ତଥା ବେଲକୁଣ୍ଡି , କାରାଖେନ୍ଦରା,କାରାକୋଲା , ବଡ଼ବିଲ ଓ ନାଲଦା ଅଂଚଳର ଜନସାଧାରଣ ଉପସ୍ଥିତ ରହି ନିଜନିଜର କମ୍ପାନୀ ସପକ୍ଷରେ ମତ ରଖିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ୦୯/୧୨/୨୦୦୯ ଠାରୁ ଉକ୍ତ ଖଣିଟିର ପରିବେସିୟ ମଞ୍ଜୁରୀ ନଥିବାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା । ଯାହା ଫଳରେ ଲୋକେ କାମଧନ୍ଦା ହରାଇବା ସହିତ ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲେ । ସରକାରଙ୍କ ପକ୍ଷରୁ ଉକ୍ତ ଖଣିର ଜନଶୁଣାଣୀ କରାଯାଇଥିବାରୁ ଲୋକଙ୍କ ମନରେ ନୂଆ ରୋଜଗାର ପାଇବାର ଆଶା ସଂଚାରିତ ହୋଇଛି । ଏଥିସହିତ ଖଣି କାର୍ଯ୍ୟକ୍ଷ୍ୟମ ହେଲେ ବଡ଼ବିଲ ପୋୖରାଞ୍ଚଳର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବା ସହିତ ପାରିପାର୍ଶ୍ବିକ ଉନ୍ନତି ହେବାର ଆଶା ରଖି ଲୋକେ ଆକୁଣ୍ଠ ସମର୍ଥନ ଦେଇଥିବା ସୁଚନା ମିଳିଛି । ଉକ୍ତ ଖଣିଟି ସରକାରୀ ଖଣି ହୋଇଥିବାରୁ ଲୋକମାନେ ଖଣିରେ ଯୋଗ୍ୟତା ଭିତ୍ତିକ ନିଯୁକ୍ତି , ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପରିବେଶ ଦୂଷିତ ଓ ମୌଳିକ ସୁବିଧା ନିମନ୍ତେ ଦାବି ଉପସ୍ଥାପନ କରିବା ସହିତ ଜନଶୁଣାଣୀ କୁ ସମର୍ଥନ ଦେଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାହାଲା ଉପସ୍ଥିତ ସମସ୍ତ ଜନସାଧାରଣ ଓ କମ୍ପାନୀ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ