Search
Close this search box.

ନୀଳଗିରି ଏନଏସିରେ ହାତୀ ଉପଦ୍ରବ

0
SHARES
12
VIEWS

ନୀଳଗିରି,୧୧/୮:ଆଜି ସକାଳୁ ନୀଳଗିରିର ଏନଏସି ନିକଟସ୍ଥ ବିଭିନ୍ନ ସ୍ଥାନରେ ୨ ଟି ବେଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ହାତୀ ଦୁଇଟି ରେମୁଣାରୁ ଆସି ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତର କରଡ଼ିଆ ଗ୍ରାମର ଶିବ ସ ଓ ମାମା ହାଁସଦା ଙ୍କ ଘର ବାଡ଼ିରେ ୨ଟି ଦନ୍ତା ହାତୀ ପଶିବା ସହିତ ଘର କବାଟକୁ ଭାଙ୍ଗି ଥିବା ବେଳେ ପୂର୍ବତ୍ତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ବାଡିରେ ପଶି କ୍ଷୟକ୍ଷତି କରିବା ସହ ଗୋଟିଏ ଗେଟ୍ ଓ ପାଚେରି ଭାଙ୍ଗିଥିଲା।ପରେ ଦୁଇ ଦନ୍ତା ହାତୀ ନୀଳଗିରି ଏନ୍‌.ଏ.ସି. ୧୧ ନଂ ୱ୍ବାର୍ଡ ନଟାପଡ଼ା ରାସ୍ତା ପଣ୍ଡା ଅଫିସ୍ କ୍ରସର ସାହି ଗ୍ରାମର ଥିବା ଧାନଘେରା ପାହାଡ଼ ପାଖରେ ପହଞ୍ଚଥିବା ବେଳେ ସନ୍ଧ୍ୟା ସମୟରୁ ହାତୀ ଦୁଇଟି ସ୍ବର୍ଣଚୂଡ ପାଦଦେଶ ୬ ନମ୍ବର ୱାର୍ଡ ଦେଇ ପୋଡାଶୂଳ ଦିଗରେ ଆଗେଇଥିବା ବେଳେ ବନବିଭାଗ ସମ୍ପୂର୍ଣ୍ଣ ନାକେଦମ ହୋଇଛି I ଉକ୍ତ ଦୁଇ ବେଙ୍ଗଲୀ ଦନ୍ତା ଏଭଳି ଅଚାନକ ପ୍ରବେଶ କୁ ନେଇ ଶତାଧିକ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଥିବା ବେଳେ ହାତୀର ଗତିବିଧି ନୀଳଗିରି ବନବିଭାଗ କର୍ମଚାରୀ ତୀକ୍ଷ୍ଣ ନଜର ରଖିଥିବା ବେଳେ ବିଦ୍ୟୁତ କାଟ ପାଇଁ ଏନଏସି ବାସୀ ନାକେଦମ ହୋଇଛନ୍ତି। ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us