Search
Close this search box.

ଆସିକା ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀମାନଙ୍କ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଲା

0
SHARES
18
VIEWS

ଆସିକା : ଆସିକା ଚିନିଶିଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆସିକା
ଶିକ୍ଷାଧୁକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି । ପ୍ରକାଶ ଥାଉକି
ସରକାର ଚଳିତ ଶିକ୍ଷାବର୍ଷ ଠାରୁ ସରକାରୀ ଅନୁଦାନ ପ୍ରାପ୍ତ ଚିନି ଶିଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଓ ସିଦ୍ଧନଈ ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା
ସକାଶେ । କିନ୍ତୁ ସିଦ୍ଧନଈ ବିଦ୍ୟାଳୟଟି ଏକ ପାର୍ବତ୍ୟ ଅଞ୍ଚଳର ହୋଇଥିବା ଯୋଗୁଁ ସରକାର
ଉକ୍ତ ବିଦ୍ୟାଳୟ ଖୋଲିବା ପାଇଁ ପୁନର୍ବାର ନିର୍ଦେଶ ଦେଇଥ‌ିବା ସତ୍ତ୍ବେ ଆସିକା ଚିନି ଶିଳ୍ପ
ବିଦ୍ୟାଳୟକୁ କୌଣସି ନିର୍ଦେଶ ଆସିନଥିବା ଯୋଗୁଁ ବର୍ତମାନ ବିଦ୍ୟାଳୟ ଟି ବନ୍ଦ ହୋଇଯାଇଛି।
ଏହା ବିରୁଦ୍ଧରେ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ର ଛାତ୍ରୀ, ଅଞ୍ଚଳ ବାସୀ, ଜନ ପ୍ରତିନିଧ୍
ସ୍ଥାନୀୟ ଶିକ୍ଷାଧ୍ଵରୀ, ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି
ଦାବୀରେ ବିଦ୍ୟାଳୟ ଟି ୧୯୮୨ ମସିହାରୁ ଚିନି ଶିଳ୍ପ ପରିସର ମଧ୍ୟରେ ଦୁଇ ଏକରରୁ
ଅଧ‌ିକ ସ୍ଥାନରେ ସ୍ଥାୟୀ କୋଠା ରହିଛି । ନିୟମିତ ଛାତ୍ର ଛାତ୍ରୀ ଅଧ୍ୟୟନ କରିଆସୁଛନ୍ତି
ବର୍ତ୍ତମାନ ସୁଦ୍ଧା ୬୪ ଜଣ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିଛନ୍ତି । ଏହି ବିଦ୍ୟାଳୟ ଟି ମକୁନ୍ଦ ପୁର
କିମ୍ବା ବାବନପୁର ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିବାକୁ ନିର୍ଦେଶ ଦେଇଥିବା ବେଳେ ଏହି
ଦୁଇଟି ବିଦ୍ୟାଳୟକୁ ଯିବାକୁ ହେଲେ ଛାତ୍ରଛାତ୍ରୀମାନେ ରାଜ୍ୟ ରାଜପଥ ଦେଇ ଯିବାକୁ ପଡିବା
ଯେଉଁ ରାସ୍ତାରେ ପ୍ରତିଦିନ ଶହଶହ ଭାରି ଜାନ ଯାତାୟାତ କରୁଛି ।ଏଣୁ ଏକ ନିଶ୍ଚିତ ଅଘଟଣକୁ
ଏଡେଇ ଦିଆଯାଇପାରିବନି। ଏହି ସବୁ ଦାବୀ ନେଇ ଏହି ଆନ୍ଦୋଳନ ଦ୍ଵିତୀୟ ଦିନରେ
ପହଞ୍ଚିଛି । ପ୍ରଥମେ ସ୍କୁଲ ଆଗରେ ଧାରଣା, ତାପରେ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖ ରେ
ଧାରଣା ରେ ବସିଛନ୍ତି କୋମଳମତି ଶିଶୁ ଏବଂ ଅଭିଭାବକ ବୃନ୍ଦ ।

    Related News

    Follow Us