ଆଳୁ ଟେନ୍ସନ୍ । ମମତାଙ୍କୁ ଚିଠି ଲେଖିଲେ ନବୀନ । ଓଡ଼ିଶାକୁ ଆଳୁ ପଠାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମମତାଙ୍କ ସାହାଯ୍ୟ ଲୋଡିଛନ୍ତି ନବୀନ । ପଶ୍ଚିମବଙ୍ଗ ସୀମାରେ ଆଳୁ ବୋଝେଇ ଟ୍ରକ ଓଡ଼ିଶା ଆସିପାରୁନଥିବା ଖବର ଗଣମାଧ୍ୟମରୁ ଜାଣିବା ପରେ ପ୍ରସଙ୍ଗରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ମମତାଙ୍କୁ ଅନୁରୋଧ କରିଛନ୍ତି ନବୀନ ।
ସେ ଚିଠିରେ ଲେଖିଛନ୍ତି ଆଳୁ ଓଡ଼ିଶାବାସୀଙ୍କ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ବର୍ଷା ଯୋଗୁ ଓଡ଼ିଶାକୁ ଆଳୁ ଆସିବା କମିଛି । ଓଡ଼ିଶା ବଜାରରେ ଆଳୁ ନିଅଣ୍ଟ ସାଙ୍ଗକୁ ଦର ବୃଦ୍ଧି ଘଟିଛି । ଯାହା ସାଧାରଣ ଖାଉଟିଙ୍କ ଉପରେ ବୋଝ ବଢ଼ିଛି । ଓଡ଼ିଶା ଓ ପଶ୍ଚିମବଙ୍ଗର ସାଂସ୍କୃତିକ ସମ୍ପର୍କ ନିବିଡ଼ । ଆମେ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ । ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା । ମମତାଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା ।