ଯୋଡା-୨୫/୦୭(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ଧୀରେ ଧୀରେ ଆଇନ୍ ଶୃଙ୍ଖଳା ବିଗିଡିବାରେ ଲାଗିଛି, ଚୋରି, ରାହାଜାନି, ଝିନତାଇ ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଅସାମାଜିକ ଙ୍କ କାର୍ଯ୍ୟକଳାପ ଜନସାଧାରଣଙ୍କୁ ବ୍ୟଥିତ କରିଛି, ଗୁରୁବାର ସକାଳ ସମୟରେ ଯୋଡା ମାର୍କେଟ ରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଘଟଣା ରୁ ପ୍ରକାଶ ଯେ ବୁଧୁବାର ବିଳମ୍ବିତ ରାତି ରେ କେହି ଅସାମାଜିକ ବ୍ୟକ୍ତି ଯୋଡା ସହର ର ବିଭିନ୍ନ ସ୍ଥାନରେ ଛିଡା ହୋଇଥିବା ଧଳାକାର ଗୁଡ଼ିକ ର ପଛ କାଚ ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି, ସେଥି ମଧ୍ୟରୁ 4 ଟି ଗାଡି ଫର୍ଚୁନର ଥିବା ବେଳେ ଗୋଟିଏ କ୍ରେଟା ଗାଡି ଥିବା ଜଣାପଡ଼ିଛି, ସକାଳୁ ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଂଚି ବିଭିନ୍ନ ସିସିଟିଭି ଯାଂଚ କରିଥିଲେ ସୁଦ୍ଧା କିଏ କାହିଁକି ଏପରି କାଣ୍ଡ ଘଟାଇଛି ଜଣାପଡିନାହିଁ, ତେବେ ଏହା କୌଣସି ମାନସିକ ବିକୃତ ବ୍ୟକ୍ତି ଙ୍କ ଉନ୍ମୁକ୍ତ କାଣ୍ଡ ହୋଇଥିବା ବେଳେ ଜନସାଧାରଣ ଏବେ ଆତଙ୍କିତ ହୋଇପଡ଼ିଛନ୍ତି, ଯୋଡା ପୋଲିସ ତୁରନ୍ତ ଏ ସମ୍ବନ୍ଧରେ ତଦନ୍ତ କରି ଘଟଣା ର ସତ୍ୟାସତ୍ୟ ବାହାର କରିବା ସହ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତି କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି, ଏଠାରେ ପ୍ରକାଶ ଥାଉ କି କିଛି ଦିନ ହେବ ଯୋଡା ସହର ତଥା ଆଖପାଖ ଅଞ୍ଚଳରେ ଅସାମାଜିକ ଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି, ବିଭିନ୍ନ ଗାଡି ଚାଳକ ମାନଙ୍କୁ ଭୟଭୀତ କରାଇ ଲୁଟ କରିବା, ଦୋକାନ ଭାଙ୍ଗି ଚୋରି କରିବା, ଛିଡା ହୋଇଥିବା ଗାଡି ଗୁଡିକରୁ ତେଲ ଚୋରି କରିବା ନିତିଦିନିଆ ଘଟଣା ରେ ପରିଣତ ହେଲାଣି, ଏ ପରିସ୍ଥିତିରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ଯୋଡା ପୋଲିସ ପକ୍ଷରୁ କଡା ପୋଲିସ ପେଟ୍ରୋଲିଂ କରାଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି