ଯୋଡ଼ା, ୧୭, ୨୦୨୪ (ମହାଭାରତ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ୍ର ତରଫରୁ କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ (କେଜିପି) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅଧୀନସ୍ଥ ଗୁଆଲି ଓ ଗନ୍ଧଲପଦା ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ସ୍କୁଲ୍ ବସ୍ ପ୍ରଦାନ କରି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପରିବହନର ଆବଶ୍ୟକତା ପୂରଣ କରାଯାଇଛି ।
ଏହି ବସ୍ ସୁବିଧା ଦ୍ୱାରା ଏହି ଅଂଚଳର ପ୍ରାୟ ୧୦୦ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।ଏ ପରିପ୍ରେକ୍ଷୀରେ ଗୁଆଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନିକଟରେ ଏକ ଉଦଘାଟନୀ ସମାରୋହ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ । ଏହି ଅବସରରେ ଯୋଡ଼ା ବ୍ଲକ୍ର ଅଧ୍ୟକ୍ଷ କବିନ୍ଦ୍ର ନାୟକ, ଗୁଆଲି ଗ୍ରାମ ପଞ୍ଚାୟତ ସରପଞ୍ଚ ବିଦ୍ୟାଧର ନାଏକ, କେଜିପିର ପରିଚାଳନା ମୁଖ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର, ଗୁଆଲି ନୀଳାଚଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ମହାନ୍ତି, କାଟେସାହୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଟୁନା ନାଏକ, ସାମାଜିକ କର୍ମୀ ଦଶରଥ ବାରିକ, ଗୁଆଲି ଗ୍ରାମପଞ୍ଚାୟତର ପୂର୍ବତନ ସରପଂଚ ଡବର ମୁଣ୍ଡା, ସାମାଜିକ କର୍ମୀ ଜୁରିଆ ମୁଣ୍ଡା, ଟିଏସ୍ଏଫ-କଳମଙ୍ଗର ୟୁନିଟ୍ ଲିଡ୍ ସଞ୍ଜୟ ସର୍ଦାର ଓ ସାମାଜିକ କର୍ମୀ ପଦନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଶ୍ରୀ କବିନ୍ଦ୍ର ନାୟକ ଟାଟା ଷ୍ଟିଲ୍ର ଅଭିଯାନକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷାରେ ନୂଆ ସ୍କୁଲ ବସ୍ର ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ସମାନ ଭାବନା ବ୍ୟକ୍ତ କରିବା ସହ ଗୋଷ୍ଠୀ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ସମ୍ମାନନୀୟ ଅତିଥିମାନେ ରିବନ୍ କାଟି ପତାକା ଦେଖାଇ ବସ୍ଗୁଡ଼ିକ ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଆଲି ଗ୍ରାମ ପଞ୍ଚାୟତର ପିଲାମାନଙ୍କ ଶିକ୍ଷଣୀୟ ଅନୁଭୂତିରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।