ଚାନ୍ଦବାଲି ତାରିଖ ୭/୦୭/୨୦୨୪ ଧାମରା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରପ୍ରାଙ୍ଗଣରେ ୭୫ତମ ବନ୍ଯମହତ୍ସୋବ ସାପ୍ତାହିକ କାର୍ଯ୍ଯକ୍ରମରେ
ବିଭିନ୍ନ ପ୍ରକାରର ଔଷଧୀୟ ବୂକ୍ଷ ରୋପଣ କରାଯାଇଥିଲା ଯଥା ହରିଡା,ବାହାଡା,ଅଁଳା,ଗଙ୍ଗଶିଉଳି,ହାଡଜୋଡି,ଆଲୋଭେରା,ଗବ,ଲିମ୍ବ,ପାତାଳଗରୁଡ,ଇନସୁଲିନ,କଳାତୁଳସୀ,ବ୍ରାହ୍ମଣୀ,ସଦାବିହାରୀ,ଗିଲୋଇ,ଜାମ୍ବ,କରମଙ୍ଗା ଏବଂ ଅନେକ ପୁଷ୍ପଜାତୀୟ ବୂକ୍ଷରୋପଣ କରାଯାଇଥିଲା l ଭାରତର ଯସଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ବନମହୋତ୍ସବର ନାରା ‘ମାଁ ପାଇଁ ବୃକ୍ଷ ଟିଏ’ ବୃକ୍ଷରୋପଣ ଦ୍ବାରା ଚରିତାର୍ଥ କରିବା ପାଇଁ ଏବଂ ଆଜିର ବୃକ୍ଷ ରୋପଣ ଭବିଷ୍ୟତର ଜୀବନ ବୋଲି ସମସ୍ତଙ୍କୁ ଆହ୍ବାନ କରିଛି । ପିଲାମାନେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଉପଯୁକ୍ତ ଯତ୍ନ ନେବା, ସୂର୍ଯ୍ୟଙ୍କ ଉତ୍ତତ୍ପ ଦାଉରୁ ବରଞ୍ଚିବା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ପଦକ୍ଷେପ ବୋଲି ମେଡିକାଲ ଅଫିସର ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡକ୍ଟର ଜସୋସ୍ବନୀ ମିଶ୍ର ମତ ବ୍ୟକ୍ତ କରିଥିଲେ l ପରେପରେ ଧାମରାମାଟିର ସୁନାମ ଧନ୍ଯ ଅର୍ଜନ କରିଥିବା ଆଦର୍ଶ ଡକ୍ଟର ଜନ୍ମେଜୟ ବେହେରା ବୂକ୍ଷରୋପଣ କରିବା ପରେପରେ ବୁଝାଇବୁଝାଇ କହିଥିଲେ ଯେ ମଣିଷ ନିଜର ସୁବିଧା ସୁଲଭ କରିବା ପାଇଁ ବୃକ୍ଷଗୁଡିକୁ ଆଜି ନିଶ୍ଚିହ୍ନ କରିବା ପାଇଁ ବସିଛି। ବିଶ୍ବ ଭୌଗଳିକ ତଥା ଜଳବାୟୁ ପରିବର୍ତ୍ତନରେ ଏବଂ ଓଜନ ସ୍ତରକୁ ନିୟନ୍ତ୍ରଣ କରିବାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ | ଆମ ଜୀବନରେ ବରଷକୁ ୨ଟି ବୃକ୍ଷ ରୋପଣ କରିବାପାଇଁ ପରାମର୍ଶ ଦେଇଥିଲେ ଯେ ନିଜର ଜନ୍ମଦିନ ଏବଂ ଅନ୍ଯଟି ଜୁନ୫ ତାରିଖ ତାହା ହେଉଛି ବିଶ୍ବପରିବେଶ ଦିବସ ଯଦି ଏମିତି ବୂକ୍ଷ ରୋପଣ କରାଯାଏ ତେବେ ଆମ ରାଜ୍ଯ ଓଡିଶାରେ ବର୍ଷକୁ ୯କୋଟି ବୂକ୍ଷରୋପଣ କରାଯାଇପାରିବ | ଯାହାଦ୍ବାରା ଆମେ ସୁସ୍ଥ ସହିତ ପରିବେଶ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ସମସ୍ତଙ୍କୁ ସୂଚାୟୀ ଦେଇଥିଲେ । ଏହି ବନ୍ଯମହତ୍ସୋବ ସାପ୍ତାହିକ କାର୍ଯ୍ଯକ୍ରମରେ ଧାମରା ସ୍ବାସ୍ଥ୍ଯ କେନ୍ଦ୍ରର ସିନିୟର ଷ୍ଟାପନର୍ସ ଶ୍ରୀମତି ରଶ୍ମିରେଖା ବେହେରା,
ଫାର୍ମାଷ୍ଟିକ ସୁଜୋତ କୁମାର ବାରିକ,ଲାବ୍ରୋଟେରିସିଆନ ପୂଜା ମୋହନ୍ତ,ମେଡିକାଲକୁ ପରିଷ୍କାର ପରିଚ୍ଛନ ରଖୁଥିବା ଶୌଳବାଳା ପରିଡା ଏବଂ ମେଡିକାଲକୁ ସମ୍ପୂ୍ଣ୍ଣ ଭାବେ ସୁରକ୍ଷାପ୍ରଦାନ କରୁଥିବା ସୁରକ୍ଷାକର୍ମୀ ଅମର ପୁଷ୍ଟି ଉପସ୍ତିତ ରହି ସମ୍ପୂର୍ଣଭାବେ ସହଯୋଗ କରିଥିଲେ | ଶେଷରେ ଯୋଗଶିକ୍ଷକ ସମସ୍ତଙ୍କୁ ଧନ୍ଯବାଦ ଜଣାଇ ୭୫ତମ ବନ୍ଯମହତ୍ସୋବ ସାପ୍ତାହିକ କାର୍ଯ୍ଯକ୍ରମକୁ ବିରାମ ଦେଇ ଜଳପାନ କରାଯାଇଥିଲା |