Search
Close this search box.

ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିଗୁଡ଼ିକୁ ଜବରଦଖଲମୁକ୍ତ

0
SHARES
2
VIEWS

ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିଗୁଡ଼ିକୁ ଜବରଦଖଲମୁକ୍ତ କରିବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସହର ଓ ଗାଁରେ ଜବରଦଖଲରେ ଥିବା ସରକାରୀ ଜମିଗୁଡ଼ିକୁ ଚିହ୍ନଟ କରି ପ୍ରଚଳିତ ଆଇନ ଅନୁସାରେ ତାକୁ ଜବରଦଖଲମୁକ୍ତ କରିବାକୁ କୁହାଯାଇଛି । ଏହାସହିତ ଉକ୍ତ ସରକାରୀ ଜମିଗୁଡ଼ିକୁ ତାରବାଡ଼ ଘେରାଇ ତାହା ‘ସରକାରଙ୍କ ସମ୍ପତ୍ତି’ ବୋଲି ସ୍ପଷ୍ଟ ଭାବେ ଡିସପ୍ଲେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି ।

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟରେ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ନେଇ ଉଚ୍ଚସ୍ତରୀୟ ବୈଠକରେ ସରକାର ଚିନ୍ତା ପ୍ରକଟ କରିଥିବା ସମ୍ପର୍କରେ ଅବଗତ କରାଇଛନ୍ତି ।

    Related News

    Follow Us