Search
Close this search box.

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନର ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ

0
SHARES
21
VIEWS

ରାୟଗଡ଼ା /ଚନ୍ଦ୍ରପୁର ତା :୦୬/୦୭/୨୪,
ରିପୋର୍ଟ: ପ୍ରସାଦ ଲିମା,
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଶାଖା ତରଫରୁ ସଭାନେତ୍ରୀ ଶ୍ରୀମତି ପୁଷ୍ପଲତା ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନିତ ଅତିଥି ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନର ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମାତୃ ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖାକୁ ବିରୋଧ କରିବା ସହ ନୂତନ ସରକାରଙ୍କ ଠାରେ ଦାବି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଅଙ୍ଗନୱାଡ଼ି ଓ ସହାୟିକା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।
ଶେଷରେ ବ୍ଳକକୁ ସୁଦୃଢ କରିବା ପାଇଁ ଏକ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମ କର୍ତ୍ତା ମଧ୍ୟରେ ସଭାନେତ୍ରୀ ଭାବେ ମଞ୍ଜୁଳା ମଣ୍ଡଳ , ଉପସଭାନେତ୍ରୀ ରଞ୍ଜୁ ଦିବାକା , ଅନୁପମା ମଲ୍ଲିକା , ସମ୍ପାଦିକା ପୁଷ୍ପଲତା ପାତ୍ର , ସହ ସମ୍ପାଦିକା ଅନାମିକା ଲିମା , କୋଷାଧ୍ୟକ୍ଷ ପ୍ରିତୀବାଳା ସାହାଣୀ , ସଂଗଠନ ସମ୍ପାଦିକା ସୀତା ଗାଙ୍ଗାରାମା , ସଭ୍ୟା ଭାବେ ମିକି ଟାଙ୍ଗାରାଙ୍ଗା , ଲଳିତା ପ୍ରଧାନି ,ସହ ୩ ଗୋଟି ସେକ୍ଟର ରୁ ୬ ଜଣ ସଦସ୍ୟଙ୍କୁ ସେକ୍ଟର ଲିଡର ଭାବରେ ଚୟନ କରିଥିଲେ । ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ସମସ୍ତ କର୍ମୀ ଏବଂ ସହାୟିକା ମାନେ ଯୋଗ ଦେଇଥିଲେ।

    Related News

    Follow Us