ଆଜି ଆମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ସୁପରିଟେଣ୍ଡେଣ୍ଟ ତନ୍ମୟ ତ୍ରିପାଠୀ ଓ ଶ୍ରଦ୍ଧା କିଙ୍ଗ ମେକର କାଉଁସିଲର ଶର୍ମିଷ୍ଠା ମାଡାମ RBSKY ଅର୍ଥାତ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ଯକ୍ରମ ୟୋଜନା ଷ୍ଟାଫ ସମସ୍ତେ ବାଳକାଟୀ ନିକଟସ୍ଥ କଲେଜ ଓ ଚେତନା ସ୍କୁଲରେ ପଂହଁଚିଥିଲେ ସେଠାରେ ମାନସିକ, ବିକଳାଙ୍ଗ ପିଲାମାନେ ପାଠପଢ଼ନ୍ତି, ତାପରେ ଅଳ୍ପ ଧରଣର ମାନସିକ ବିକଳାଙ୍ଗ ହେଇଥିବା ଅନ୍ୟ ଏକ ସ୍କୁଲ ମଧ୍ୟ ଯାଇଥିଲେ ଓ ସାଧାରଣ ୯ ବର୍ଷ ରୁ ୧୯ ବର୍ଷ ପିଲା ଯାହାକୁ କୁହନ୍ତି ଆଡୋଲିସେଣ୍ଟ ପିଲା ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମ୍ପୂର୍ଣ ବୁଝାଯାଇଥିଲା | ଏହି ବୟସର ପିଲାମାନେ ନିଜ ଶାରୀରିକ କିଛି ରୋଗ ସମ୍ପର୍କେ କହିପାରନ୍ତିନାହିଁ ଏମିତି କି ବାପା ମାଆଙ୍କୁ ମଧ୍ୟ କହିପାରନ୍ତିନାହିଁ ସେଥିପାଇଁ ବାଳକାଟୀ ଠାରେ ଶ୍ରଦ୍ଧା କ୍ଲିନିଙ୍ଗ ଖୋଲାଯାଇଛି ସେଠାରେ ପୁଅ ଝିଅ ସମସ୍ତେ ନିଜର ସମସ୍ୟା କହିପାରିବେ ଆବଶ୍ୟକ ପଡିଲେ କାଉଁସିଲର ବାଳକାଟୀ ଡ଼କ୍ଟରଙ୍କଠାରୁ ପରାମର୍ଶ ନିଅନ୍ତି, ଡ଼କ୍ଟର ତାଙ୍କର ରୋଗ ଦେଖି ନିଃଶୁଳ୍କ ଚିକିତ୍ସା କରନ୍ତି | ଆଜି ସ୍କୁଲ ରେ ୯-୧୯ ବର୍ଷ ପିଲାମାନଙ୍କ ସହ କଥା ହେଇ ଋତୁଶ୍ରାବ ଓ ଅନ୍ୟାନ୍ୟ ଯାହା ସମସ୍ୟା ନିଃସଙ୍କୋଚରେ ପ୍ରକାଶ କରିବାକୁ କହିଥିଲେ ଓ ସଫା ସୁତାର କିପରି ରହିବେ ହାତ ଧୋଇବା ପ୍ରଣାଳୀ ସବୁ କହିଥିଲେ ତାସହିତ ଋତୁଶ୍ରାବ ସମୟରେ ଖୁସି ପ୍ରତ୍ୟେକ ମାସରେ ଗୋଟେ ଗୋଟେ ମଧ୍ୟ ବଣ୍ଟାଯାଏ ତାର ବ୍ୟବହାର କିପରି କରାଯାଏ କୁହାଯାଇଥିଲା | ଋତୁଶ୍ରାବ ଏକ କଳଙ୍କ ନୁହେଁ ଅଲଗା ରଖିବା ଉଚିତ ନୁହେଁ ଏହି ସବୁ ଚିନ୍ତାଧାରା ଲୋକମାନଙ୍କ ମୁଣ୍ଡରୁ ବାହାର କରିବାପାଇଁ ପ୍ରଚାର ପ୍ରସାର କରିବାକୁ କହିଥିଲେ , ଋତୁଶ୍ରାବ ସରିଲାପରେ ଯେଉଁ ରକ୍ତ ହୀନତା ହୁଏ ସେମାନଙ୍କୁ ଅମ୍ଲାନ ଓ ନିପି ପ୍ରୋଗ୍ରାମରେ ଟିଚର ମାନଙ୍କ ଦ୍ୱାରା ଆଇରନ ଟାବଲେଟ ଦିଆଯାଏ ଯଦ୍ୱାରା ରକ୍ତ ହୀନତା ହେବ ନାହିଁ ତାସହିତ କୃମି ନାଶକ ଔଷଧ ଦିଆଯାଏ | ଅଧିକ ରକ୍ତହୀନତା ସମସ୍ୟା ହେଲେ RBSKY ଅର୍ଥାତ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ଯକ୍ରମ ୟୋଜନା ସବୁ ବୁଝନ୍ତି | ମୁଖ୍ୟତଃ ନଖ ହିଁ ରୋଗର ପ୍ରଥମ କାରଣ ହୋଇଥାଏ ତେଣୁ ପିଲାମାନଙ୍କୁ ନଖ କାଟିବାକୁ କୁହାଯାଇଥିଲା | ଏହି ବୟସର ସବୁ ବିକଳାଙ୍ଗ ପିଲା ଓ ସାଧାରଣ ପିଲା ମାନେ କିପରି ଡ୍ରେସ ସଫା କରିବେ ଖାଇବେ ସଫା ସୁତାର ରହିବେ ସେ ସମ୍ପର୍କେ ଟିଚର ଗାଡିଆନ ସମସ୍ତ ଙ୍କୁ କୁହାଗଲା ଓ ସମସ୍ତ ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଓ ସବୁ ପିଲାଙ୍କ ମନରେ ଏହି ବୟସ ରେ ଆସୁଥିବା ପ୍ରଶ୍ନ ମଧ୍ୟ କରୁଥିଲେ କଣ କରିବେ କଣ ନାଇଁ ସବୁ ଉତ୍ତର ଦିଅଯାଇଥିଲା | ବିକଳାଙ୍ଗପିଲା ଥିବା ସ୍କୁଲରେ ପିଲା ମାନଙ୍କ ହାତଧରି ଡ଼କ୍ଟର ତନ୍ମୟ ତ୍ରିପାଠୀ ନିଜେ କିପରି ସଫା ରହିବେ ଖାଇବେ ବାହାର ଖାଦ୍ୟ ଖାଇବେନାହିଁ, ଖରାପ ପାଣି ପିଇବେ ନାହିଁ ବ୍ୟବହାର କରିବେନାହିଁ ଓ କିପରି ଚଳିବେ ଶିଖାଇଥିଲେ ଯେପରି ସେମାନେ ନିଜକୁ ଅନ୍ୟଠୁ ଅଲଗା ଭାବିବେ ନାହିଁ ସମସ୍ତେ ସମାନ ଭାବନା ରହିବ | ପିଲା ମାନଙ୍କୁ ପ୍ରଥମ ଗୁରୁ ବାପାମାଆ ତାପରେ ଟିଚର ତାପରେ ଡ଼କ୍ଟର ବୋଲି କହିଥିଲେ ଆଉ ସବୁ ସମସ୍ୟାନ ଲୁଚାଇ କହିବାକୁ ପରାମର୍ଶ ଦେଇଥିଲେ ଶେଷରେ ସବୁ ସ୍କୁଲ ରେ ଆଗକୁ ମଧ୍ୟ ପ୍ରୋଗ୍ରାମ କରାଯିବ ବୋଲି ଡ଼କ୍ଟର ତନ୍ମୟ ତ୍ରିପାଠୀ କହିଥିଲେ |